/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658406753.jpg)
Special story
ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଗଣନା ଚାଲିଛି । ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ରାଉଣ୍ଡ୍ ଭୋଟ୍ ଗଣତି ଶେଷ ହୋଇଛି । ଓଡ଼ିଆ ଝିଅ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପଛରେ ପକାଇ ବିଜୟ ଅଭିମୁଖେ ମାଡ଼ି ଚାଲିଛନ୍ତି ।
୨ୟ ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ ଗଣତି ସରିଛି । ଏବେ ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡରେ ଗଣତି ଶେଷ ହୋଇଛି । ୨ୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ଅଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଗଣନା ପରେ ଏବେ ସୁଦ୍ଧା ଦ୍ରୌପଦୀ ମୁର୍ମୁ ମୋଟ ୧୩୪୯ ଭୋଟ୍ ହାସଲ କରିଛନ୍ତି । ସେହିପରି ୟଶୱନ୍ତ ସିହ୍ନାଙ୍କୁ ଏପର୍ଯ୍ୟନ୍ତ ୫୩୭ ଭୋଟ୍ ମିଳିଛି । ଦ୍ୱିତୀୟ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୩୨୯ ଭୋଟ୍ ମିଳିଛି । ଦ୍ରୌପଦୀ ମୁର୍ମୁଙ୍କୁ ମିଳିଥିବା ଭୋଟର ମୂଲ୍ୟ ୧, ୦୫, ୨୯୯ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ମିଳିଥିବା ଭୋଟର ମୂଲ୍ୟ ରହିଛି ୪୪, ୨୭୬ ।
ପ୍ରଥମ ରାଉଣ୍ଡରେ ମଧ୍ୟ ଦ୍ରୌପଦୀ ମୁର୍ମୁ ଆଗୁଆ ଥିଲେ । ପ୍ରଥମ ରାଉଣ୍ଡ୍ ଫଳାଫଳ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୋବନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ମିଳିଥିଲା । ପ୍ରଥମ ରାଉଣ୍ଡରେ କେବଳ ସାଂସଦ ମାନଙ୍କ ଭୋଟ୍ ଗଣତି ହୋଇଥିଲା । ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)