• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଷ୍ଟ୍ରପତି ନିର୍ବାଚନରେ ହେଲା ୯୯ ପ୍ରତିଶତ ମତଦାନ । ଗତକାଲି ଦେଶର ସବୋର୍ଚ୍ଚ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ୯୯ ପ୍ରତିଶତ ଭୋଟିଂ ହୋଇଛି । ମୋଟ୍ ୭୭୧ ସାଂସଦଙ୍କ ମଧ୍ୟରୁ ୭୬୩ ଜଣ ଭୋଟ୍ ଦେଇଛନ୍ତି । ଏହାସହ ୮ ଜଣ ସାଂସଦ ଭୋଟ୍ ଦେଇ ନାହାନ୍ତି । ବିଜେପି ସାଂସଦ ସନ୍ନି ଦେଓଲ ଓ ସଞ୍ଜୟ ଧୋତରି, ବିଏସ୍ପିରୁ ଅତୁଲ ସିଂହ, ଶିବସେନା ଗଜାନନ ଭଳି ନେତା ଭୋଟ୍ ଦେଇନାହାନ୍ତି ।

ସେହିପରି ଦେଶର ମୋଟ୍ ୪ ହଜାର ୨୫ ଜଣ ବିଧାୟକ ଭୋଟ୍ ଦେଇଥାନ୍ତେ । ହେଲେ ସେଥିରୁ ୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୨ ଜଣଙ୍କ ଭୋଟ୍ ନାକଚ୍ ହୋଇଛି । ଅନ୍ୟପଟେ ଓଡ଼ିଶାରେ ବି ୯୯ ପ୍ରତିଶତ ଭୋଟ୍ ହୋଇଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ମତଦାନ ପ୍ରକ୍ରିୟାରେ ଅନୁପସ୍ଥିତ ଥିଲେ । ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ଅସୁସ୍ଥତା ସତ୍ତ୍ୱେ ସଂସଦରେ ପହଞ୍ଚି ଭୋଟ୍ ଦେଇଥିଲେ ।

ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ପୁଡୁଚେରୀ, ସିକ୍କିମ୍ ଏବଂ ତାମିଲନାଡ଼ୁରେ ଶତ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଏପରିକି ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭମ୍ କରୋନାରେ ଆକ୍ରାନ୍ତ ହେବା ସତ୍ତ୍ୱେ ପିପିଇ କିଟ୍ ପିନ୍ଧି ଭୋଟ୍ ଦେଇଥିଲେ ।

ଅନ୍ୟପକ୍ଷେ, ଉପରାଷ୍ଟ୍ରପତି ଇଲେକ୍ସନ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଗତକାଲି ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ୍ ନାମାଙ୍କନ ଭରିଛନ୍ତି । ମନୋନୟପତ୍ର ଦାଖଲ କରିବାବେଳେ ଧନଖଡ଼ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଓ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ମଧ୍ୟ ନୋମିନେସନ୍ ସମୟରେ ଏନଡିଏ ନେତାମାନଙ୍କ ସହ ସାମିଲ ହୋଇଥିଲେ ।