ରାଉରକେଲା ୪ର୍ଥ ବାଟାଲିୟନର ପୋଲିସ କର୍ମଚାରୀ ରାମଚନ୍ଦ୍ର ମହନ୍ତ । ଯିଏ କି ଜାତୀୟସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତରରେ ବହୁ ପୁରସ୍କାର ପାଇଛନ୍ତି । ପେଶା ପୋଲିସ ଚାକରି । ଦେଶ ଓ ସମାଜ ପାଇଁ ଅନବରତ କରୁଛନ୍ତି ପ୍ରୟାସ । ଖାଲି ଡ୍ୟୁଟି କରୁଛନ୍ତି ତାହା ନୁହେଁ ବରଂ ଯୋଗ ବି ଶିଖାଉଛନ୍ତି । ରାଉରକେଲା ସେକ୍ଟର ୨୧ ନୟାବଜାର ସ୍ଥିତ ୪ର୍ଥ ବାଟାଲିୟନରେ ଚାକରି କରୁଛନ୍ତି ରାମଚନ୍ଦ୍ର । ଯୋଗ ଶିଖାଇବା ପରେ ଜାତୀୟ ଓ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ବହୁ ପୁରସ୍କାର ଓ ମେଡାଲ ମଧ୍ୟ ପାଇଛନ୍ତି ।
ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା । ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଲା କି ମହିଳା ଜଣକ ଗର୍ଭବତୀ ନଥିଲେ ବରଂ ପେଟରେ ଭୟଙ୍କର ଭାବରେ ବଢୁଥିଲା ଟ୍ୟୁମର ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ ନେବ ବାସ୍ତବ ରୂପ ? କେମିତି ଗଡ଼ିବ ମେଟ୍ରୋ, ଆଉ କେଉଁ ରୁଟ୍ ଦେଇ ଯିବ ଏଲିଭେଟେଡ୍ କରିଡର । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ଚର୍ଚ୍ଚା । ଏବେ ପ୍ରସ୍ତୁତ ହେଉଛି ଡିପିଆର୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ । ବିମାନବନ୍ଦରରୁ ମାଷ୍ଟରକ୍ୟାଣ୍ଟିନ, ସେଠାରୁ ବାଣୀବିହାର, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପଟିଆ, ଆଉ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଲାଇନ୍ ଯୋଡିବାକୁ ଯୋଜନା କରିଛନ୍ତି ସରକାର
କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।
ବିଲରେ ଖେଳୁଥିବା ବେଳେ ୪ ଜଣ ଶିଶୁ କୀଟନାଶକ ପିଇ ଦେଲେ
ପୋଲିସ୍ ବଖାଣିଲା ଅସଲ ରହସ୍ୟ !! ସତରେ କାନ୍ଦିଲେ କି ହନୁମାନ୍ ?
ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଅତି ବିପଦସଂକୁଳ ଶ୍ରେଣୀ ଗୃହରେ ଚାଲିଛି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା । ସ୍କୁଲ କୋଠରୀ ଦେଖିଲେ ଜଣାପଡୁଛି କେତେ ବିପଦପୂର୍ଣ୍ଣ ଭାବରେ ଚାଲିଛି ଶ୍ରେଣୀ ଗୃହ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠପଢା ।
ପାଇଲଟ୍ ଦେଖାଇଲେ ସାହସିକତା । ବିମାନକୁ ଜରୁରୀ ଅବତରଣ କରାଇ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ ।
ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ।
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସଫଳ ଚାଷୀ ଶ୍ରୀ ପଟାଏତ କୁମାର ସାହୁଙ୍କୁ 'ପଦ୍ମଶ୍ରୀ' ଉପାଧି ପ୍ରଦାନ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶ୍ରୀଯୁକ୍ତ ପଟାଏତ, ଔଷଧୀୟ ବୃକ୍ଷ ରୋପଣ ଏବଂ ୩୫୦ ପ୍ରକାର ଔଷଧୀୟ ବୃକ୍ଷ ଚିହ୍ନଟ କରି ଲୋକପ୍ରିୟ ହୋଇପାରିଛନ୍ତି।
ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି ।
ମା’କୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ବ୍ୟକ୍ତି । ଆଉ ତାଙ୍କୁ ନିଜ ପାଖରେ ରଖିବା ପାଇଁ ଅଜବ ଉପାୟ ଆପଣାଇଥିଲେ ।
ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି । ପାରାଦୀପରେ ରହିଛି ୧୯ଟି ଓ୍ଵାର୍ଡ ଆଉ ତାହାରି ଭିତରେ ୨୧ଟି ମଦ ଦୋକାନ ରହିଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଖୁଆଡ଼ ଭିତରେ ଭିନ୍ନ ଭିନ୍ନ ଜାତିର ହିଂସ୍ର ଜନ୍ତୁ । ହେଲେ ସେମାନଙ୍କ ଭିତରେ ଝଗଡ଼ା ନାହିଁ କେହି କାହାରିକୁ ଆକ୍ରମଣ କରିବାର ନଜିର ବି ନାହିଁ । ବରଂ ଭିନ୍ନ ଭିନ୍ନ ଜାତିର ଜୀବ ହୋଇ ବି ଗୋଟିଏ ମା’ପେଟର ଛୁଆଙ୍କ ଭଳି ପରସ୍ପର ମଧ୍ୟରେ ଖେଳକୁଦରେ ମାତିଛନ୍ତି ସିଂହ, ଭାଲୁ ଓ ଗଧିଆ ସାବକ ।
ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ।
ବର୍ଦ୍ଧିତ ଫି’ ଆଦାୟ ହେଲେ ସ୍ୱତନ୍ତ୍ର ଆକାଉଣ୍ଟରେ ଜମା ନିର୍ଦ୍ଦେଶ । ୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।
ରାଜନୀତିର ସର୍ବାଗ୍ରେ ଯେଉଁ କୋଟିଆ ପଞ୍ଚାୟତ, ସେଇ ପଞ୍ଚାୟତ ମୁଖ୍ୟାଳୟକୁ ଛାଡ଼ିଦେଲେ ବାକି ଗାଁ ଗୁଡ଼ିକରେ କେମିତି ଦୁର୍ବିସହ ଜୀବନ, ଓଟିଭି ତାର ଚିତ୍ର ପରଖିଥିଲା କାଟ୍ରାଗଡ଼ାରେ । ସବୁଦିନିଆ ରାସ୍ତା, ସ୍ୱଚ୍ଛ ପାଣି ଓ ବିଜୁଳି, ସବୁ ଯେମିତି ଏଠି କେବଳ ମିଛ ପ୍ରତିଶ୍ରୁତିର କବଜାରେ। ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ
ରାଜଧାନୀରେ ଆନିମଲ କ୍ରୁଏଲଟିରେ ମାମଲା ରୁଜୁ । ବ୍ରହ୍ମପୁରରେ କୁକୁର ଗୋଡାଇବାରୁ ଗାଡ଼ିରୁ ଖସି ୩ ଆହତ ।
ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ ।
କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।
ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।
ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଗସ୍ତ ଆରମ୍ଭ । ଶିଳ୍ପମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, IT ସଚିବ, IPICOL ଏମ୍ ଡି ସାମିଲ ।
ବିନା ସରକାରୀ ମଞ୍ଜୁରୀରେ ଗରଦପୁର ବ୍ଲକ ସାନଅଢଙ୍ଗା ପଞ୍ଚାୟତର ୭୭ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ଭତ୍ତା କରାଯାଇଛି।