/odishatv-khabar/media/post_attachments/uploadimage/library/16_9/16_9_0/Pesticide_1680781925.jpg)
Pesticide
ବିପଦରେ ନିରୀହଙ୍କ ଜୀବନ । ଖେଳୁ ଖେଳୁ କୀଟନାଶକ(Pesticide) ପିଇ ଦେଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ ଦୁଇ ପୁଅ ଓ ଦୁଇ ଜଣ ଝିଅ ଅଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
Advertisment
ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳରେ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁର ୪ ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ସେତେବେଳେ ବିଲରେ ଏକ ହର୍ବାଲ ପଏଜନ ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ କୁନି ପିଲା ହୋଇଥିବାରୁ ବିଷ କଥା ନ ନଜାଣି ୪ ଶିଶୁ କୀଟନାଶକ ପିଇ ଦେଇଥିଲେ ।
ସେମାନେ କୀଟନାଶକ ପିଇବା ବେଳେ ଗାଁର ଜଣେ ବ୍ୟକ୍ତି ଦେଖି ଦେଇଥିଲେ । ସେ ପାଟି କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଲା । ଛୁଆମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ସମସ୍ତଙ୍କୁ ଭଦ୍ରକ ଡାକ୍ତରଖାନା ନିଆଯାଇଛି । ଏବେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)