Advertisment

ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Food Poisoning

Food Poisoning

ଅଷ୍ଟପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଅସୁସ୍ଥ । କଟକ ଜିଲ୍ଲା ସାଲେପୁର ବ୍ଲକ କାନପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଷ୍ଟ ପ୍ରହରୀ ଭୋଜି ଖାଇ କାନପୁର ଗାଁ ସମେତ ଆଖପାଖ କିଛି ଗାଁର ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେଉଛି । ସେଥିମଧ୍ୟରୁ ଅନେକ ଲୋକ ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସିତ ହୋଇ ଫେରିଛନ୍ତି । ଆଉ କିଛି ଏବେବି ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଦୁଇଟି ମେଡ଼ିକାଲ କ୍ୟାମ୍ପ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି ।

Advertisment

ଭୋଜି ଭାତ ଖାଇ ଆସିବାର କିଛି ସମୟ ପରେ ଲୋକମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିଲା। ଅସୁସ୍ଥ ଗ୍ରାମବାସୀଙ୍କୁ ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅନ୍ୟ କିଛି ଅସୁସ୍ଥ ଗ୍ରାମବାସୀଙ୍କୁ ଦୁଇଟି ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି।

ଚିକିତ୍ସିତ ଥିବା ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖାଦ୍ୟର ମାନ ପରୀକ୍ଷା ପାଇଁ କଟକରୁ ଏକ ଟିମ୍ ସାଲେପୁର ଯାଇଥିବା ଜଣାପଡ଼ିଛି।

Advertisment
Food Poisoning
Advertisment
Advertisment