Advertisment

KIIT occupying Public road: ସରକାରୀ ଜମି ପରେ ସଡକ ହଡପ କରିଛି କିଟ, ସାଧାରଣ ଲୋକଙ୍କୁ ବାଟ ଛାଡୁନି

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ସରକାରୀ ରାସ୍ତାକୁ ବି ହଡପ୍ କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଇଡକୋ ରାସ୍ତାରେ ନିଜ ସଂସ୍ଥା କିଟ୍ ନାଁରେ ଗେଟ୍ ନିର୍ମାଣ କରି ଓ ସେଠାରେ ସିକ୍ୟୁରିଟି ଜଗାଇ ହାଇଜାକ୍ କରିନେଇଛନ୍ତି ସର୍ବସାଧାରଣ ରାସ୍ତା।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

KIIT

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ସରକାରୀ ରାସ୍ତାକୁ ବି ହଡପ୍ କରିଛନ୍ତି କିଟ୍ ପ୍ରତିଷ୍ଠାତା ତଥା ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଇଡକୋ ରାସ୍ତାରେ ନିଜ ସଂସ୍ଥା କିଟ୍ ନାଁରେ ଗେଟ୍ ନିର୍ମାଣ କରି ଓ ସେଠାରେ ସିକ୍ୟୁରିଟି ଜଗାଇ ହାଇଜାକ୍ କରିନେଇଛନ୍ତି ସର୍ବସାଧାରଣ ରାସ୍ତା। ସାଧାରଣ ଲୋକଙ୍କୁ ତ ସେ ରାସ୍ତାରେ ଯିବା ମନା, ସେଠି ଥିବା ସରକାରୀ ପ୍ରତିଷ୍ଠାନକୁ ଆସୁଥିବା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ବାଟ୍ ବି ଓଗାଳୁଛନ୍ତି। ଏମିତିକି ଇଡକୋ ଆଦେଶର ଅବମାନନା କରି ରାସ୍ତା ଉପରେ କରଛି ବେଆଇନ ଗାଡ଼ି ପାର୍କିଂ।

Advertisment

କିଟ୍ ପ୍ରତିଷ୍ଠାତାଙ୍କ ହିଟଲରୀ ଶାସନ! ଅଚ୍ୟୁତ ସାମନ୍ତଙ୍କ ସାମନ୍ତବାଦୀ ନୀତି। ସରକାରୀ ସଂସ୍ଥାକୁ ବି ଛାଡ଼ୁନାହାନ୍ତି ସରକାରୀ ବାଟ। ଫାଟକ ପକାଇ, ସିକ୍ୟୁରିଟି ଜଗାଇ ଓଗାଳୁଛନ୍ତି ରାସ୍ତା। ନୋ ପାର୍କିଂ ସାଇନ୍ ବୋର୍ଡରେ କଳା ବୋଳି ଜୋର୍ ଜବରଦସ୍ତ କରୁଛନ୍ତି ପାର୍କିଂ। ଭୁବନେସ୍ବର କିଟ୍ କ୍ୟାଂପସର ଗେଟ୍ ନମ୍ବର-୬। ଯେଉଁଠି ସର୍ବସାଧାରଣଙ୍କ ପ୍ରବେଶ ମନା। କିଟ୍ ଛାତ୍ରଛାତ୍ରୀଙ୍କ ବାଦ୍ ଅନ୍ୟ କେହି ପଶିଲେ, ଅଟକାଉଛନ୍ତି ସିକ୍ୟୁରିଟି ଗାର୍ଡ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଇ ରାସ୍ତା କିଟ୍ ର ନୁହେଁ। ଏହା ସରକାରଙ୍କର, ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ରାସ୍ତା।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

Advertisment

ବଡ଼ କଥା ହେଲା, ଏଇ ରାସ୍ତା ସଂଯୋଗ କରୁଛି କେନ୍ଦ୍ରୀୟ ସଂସ୍ଥା, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି- NIFT ଓ ପୋଷାକ ଉଷ୍ମାୟନ କେନ୍ଦ୍ରକୁ। NIFT ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଠାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କିଟ୍ ଅଟକାଉଥିବାରୁ ମୁଖ୍ୟ ରାସ୍ତା ନିକଟରେ NIFTକୁ ଦିନ ରାତି ନିଜର ସିକ୍ୟୁରିଟି ଛିଡ଼ା କରାଇବାକୁ ପଡ଼ୁଛି। ଏମିତିକି ପାର୍ସଲ ଆଣି ଆସୁଥିବା ଗାଡ଼ିକୁ ବି ଛାଡ଼ୁ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ରାସ୍ତା ପାଖକୁ ଯିବାକୁ ପଡୁଛି।

କିଟ୍ ଓ NIFT ମଧ୍ୟରେ ଥିବା ସରକାରୀ ରାସ୍ତା। ଇଡକୋ ପକ୍ଷରୁ ଲାଗିଛି ନୋ ପାର୍କିଂ ସାଇନ୍ ବୋର୍ଡ। ହେଲେ ତା’ଉପରେ କଳା ବୋଳି ଅର୍ଥାତ୍ ସରକାରଙ୍କ ଆଖିରେ ପଟି ବାନ୍ଧି ଜୋର ଜବରଦସ୍ତ ନିଜର ଗାଡ଼ି ପାର୍କିଂ କରାଉଛି କିଟ୍। ଆଉ ନିଜ ପାଖ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧମୁକ୍ତ ରଖିଛି। ଏଠି ପ୍ରଶ୍ନ ଉଠୁଛି, ସର୍ବସାଧାରଣ ରାସ୍ତାକୁ କବ୍ଜା କରିବାର କିଭଳି ସାହସ କରିଛି କିଟ। ସରକାରୀ ରାସ୍ତା ଉପରେ କେମିତି ନିର୍ମାଣ ହୋଇଛି କିଟ୍ ର ଏତେବଡ଼ ଗେଟ୍। ଗେଟ୍ ନିର୍ମାଣ ବେଳେ କଣ କରୁଥିଲା ଇଡକୋ। କଣ ଅଚ୍ୟୁତ ସାମନ୍ତ ସେତେବେଳେ ସରକାରୀ ଦଳରେ ଥିଲେ ବୋଲି ସବୁ ଦେଖି ଚୁପ୍ ରହିଥିଲା କି ଇଡ୍କୋ ? ଏବେ ଏଇ ଘଟଣା ଉପରେ ଆକ୍ସନ ନେବେ କି ସରକାର ? ଉଚ୍ଛେଦ ହେବ ତ’ ଜବରଦଖଲ ? ସରକାରୀ ରାସ୍ତା ଉପରୁ କିଟ୍ ଗେଟ୍କୁ ଭାଙ୍ଗିବା ଲାଗି ସାହସ ଜୁଟାଇବେ କି ? ସରକାରୀ ରାସ୍ତା ଜବରଦଖଲ ଅଭିଯୋଗ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

KIIT KIIT University
Advertisment
Advertisment