ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଭୁଲ ହେବନି। ଇଏ ଏମିତି ଏକ ଗାଁ ଯେଉଁଠି ପ୍ରତି ଘର ସାମ୍ନାରେ ପାଇଖାନା ସହିତ ରହିଛି ଗୁହାଳ । ଅପରିଷ୍କାର ପାଣିର ଦୁର୍ଗନ୍ଧରେ ଫାଟୁଛି ପୂରା ଗାଁ । ଏନଏସିରେ ଥିବା ପରେ ବି ସ୍ୱଚ୍ଛତା ଯେମିତି ୟାଙ୍କୁ ସ୍ପର୍ଶ କରୁନି।
ନଦୀ ଭିତରେ ସିଧା ସଳଖ ମଳତ୍ୟାଗ କରୁଛନ୍ତି ଲୋକେ । ବାହ୍ୟମଳମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଖୋଲାରେ ମଳତ୍ୟାଗ ।
ବ୍ୟାସନଗରରେ ଯିଏ ବୁଲିବ ସିଏ ହିଁ ଜାଣିପାରିବ ଏଠାରେ କେମିତି ହୋଇଛି ବିକାଶ । ନେତା ଓ ପ୍ରଶାସକ ସମସ୍ତେ ଏ ସମସ୍ୟା ସମ୍ପର୍କରେ ଜାଣିଛନ୍ତି ।