• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏହାକୁ ଇଂରାଜୀରେ ସର୍ଟଫର୍ମରେ କହିଲେ, AI ମଧ୍ୟ କୁହାଯାଏ । ବର୍ତ୍ତମାନ ସମୟରେ AI ଦ୍ୱାରା ଅନେକ କିଛି କାର୍ଯ୍ୟ ସମ୍ଭବ ହେଉଛି । ଛୋଟ ଛୋଟ ଟେକ୍ନିକାଲ ସମସ୍ୟାଠାରୁ ଆରମ୍ଭ କରି ବଡ଼ ବଡ଼ କାମର ତଦାରଖ ପାଇଁ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ର ବ୍ୟବହାର କରାଯାଉଛି । ତେବେ ଏହାକୁ ଗୋଟିଏ ପଟେ ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବେଳେ ଅନେକ ଏହାର ଦୁରୁପଯୋଗ ମଧ୍ୟ କରୁଛନ୍ତି ।

ଆଉ ସେହି ସବୁ ଦୁରୁପଯୋଗ ମଧ୍ୟରୁ ଗୋଟିଏ ହେଲା, ପାସ୍‌ୱାର୍ଡ ହାକିଂ । ସାଧାରଣତଃ ପ୍ରତ୍ୟେକ ଲୋକ ଏବେ ନିଜର ଇମେଲ୍‌ ଆଇଡି ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିହିଆ ସାଇଟ୍‌ ହେଉ କିମ୍ବା ବ୍ୟାଙ୍କ ଆକାଉଣ୍ଟ ତଥା ଏଟିଏମ୍‌ ପିନ୍‌ ହେଉ, ଏସବୁ ଏବେ ପାସ୍‌ୱାର୍ଡ ପ୍ରୋଟେକ୍‌ଟେଡ୍‌ ରଖୁଛନ୍ତି । ତେବେ ଥରେ ଯଦି ଏହି ପାସ୍‌ୱାର୍ଡ ଆଉ କାହା ହାତରେ ପଡ଼ିବ, ତେବେ ସବୁ ଅନର୍ଥ ହୋଇଯିବ । ପାସ୍‌ୱାର୍ଡ ଚୋରି ହେଲେ କ’ଣ ସବୁ ଆସୁବିଧା ହୋଇପାରେ ତାହା ଆପଣମାନେ ଭଲ ଭାବେ ଜାଣିଛନ୍ତି, ତେଣୁ ଆମେ ସେ ଦିଗରେ ଅଧିକ ଆଲୋଚନ କରିବା ନାହିଁ ।

ସବୁଠାରୁ ବଡ଼ କଥା ଏବଂ ଚିନ୍ତାର କଥା ହେଲା ଏହି AI ଦ୍ୱାରା ଏବେ ମାତ୍ର ୧ ମିନିଟ୍‌ ଭିତରେ ଆପଣଙ୍କ କୌଣସି ବି ପାସ୍‌ୱାର୍ଡ ହ୍ୟାକ୍‌ ହୋଇପାରିବ । ସାଇବର ଠକ ମାତ୍ର ଗୋଟିଏ ମିନିଟ୍‌ରେ ଆପଣଙ୍କ ପାସ୍‌ୱାର୍ଡ ଚୋରି କରିପାରିବେ । ଆଉ ଆପଣଙ୍କର ସବୁ ତଥ୍ୟ ନେଇପାରିବେ ।

ଅଧିକ ପଢ଼ନ୍ତୁ: ଭୁଲି ଯାଇଛନ୍ତି କି ଫୋନ୍‌ ପାସ୍‌ୱାର୍ଡ ? ଜାଣନ୍ତୁ, ଘରେ ବସି କେମିତି କରିବେ ରିସେଟ୍‌...

ଏହି ସାଇବର ଠକଙ୍କଠାରୁ ବର୍ତ୍ତିବାକୁ ହେଲେ ଆପଣଙ୍କୁ ନିଜର ପାସ୍‌ୱାର୍ଡ ଢ଼ାଞ୍ଚା ପରିବର୍ତ୍ତନ କରିବାକୁ ହେବ । ସାଧାରଣତଃ ଲୋକେ ନିଜର ଜନ୍ମ ତାରିଖ ତଥା ଫୋନ୍‌ ନମ୍ବର ଆଦିକୁ ପାସ୍‌ୱାର୍ଡ ଭାବେ ବ୍ୟବହାର କରନ୍ତି । ଆଉ ସେହି ଗୋଟିଏ ପାସ୍‌ୱାର୍ଡକୁ ସବୁ କ୍ଷେତ୍ରରେ ମଧ୍ୟ ବ୍ୟବହାର କରନ୍ତି । ତେଣୁ ତାହା ସବୁଠୁ ବଡ଼ ବିପଦ । ଯଦି ହ୍ୟାକର ହାତରେ ସେହି ପାସ୍‌ୱାର୍ଡ ଆସିଗଲା ତେବେ ଆପଣଙ୍କ ବିରାଟ କ୍ଷତି ହୋଇପାରେ ।

ଆମେ ଏସବୁ କଥା ମନରୁ କହୁ ନାହୁଁ । ଏକ ଆନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇ ଏଭଳି ଏକ ରିପୋଟଁ ପ୍ରକାଶ କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ, AI ଦ୍ୱାରା ପ୍ରାୟ ୫୦ ପ୍ରତିଶତ ପାସ୍‌ୱାର୍ଡ ୧ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ହ୍ୟାକ୍‌ କରାଯାଇପାରିବ । ପ୍ରାୟ ୧୫,୬୮୦,୦୦୦ ପାସ୍‌ୱାର୍ଡକୁ ନେଇ PassGAN ବୋଲି ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରୁ ପ୍ରାୟ ୫୧ ପ୍ରତିଶତ ପାସ୍‌ୱାର୍ଡକୁ ୧ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ହ୍ୟାକର ମାନେ ପାଇପାରିବେ ।

ଏହାପରେ ଆହୁରି କେତେକ ପାସ୍‌ୱାର୍ଡ ରହିଛି ଯାହାକୁ ହ୍ୟାକ୍‌ କରିବା ପାଇଁ ପ୍ରାୟ ୧ ଘଣ୍ଟା ସମୟ ଲାଗିବ । ଏମିତିକି କିଛି ପାସ୍‌ୱାର୍ଡ ରିହିଛି ଯାହାକୁ AI ଦ୍ୱାରା ହ୍ୟାକ୍‌ କରିବାକୁ ହେଲେ ପ୍ରାୟ ମାସେ ସମୟ ଲାଗିପାରେ । ତେବେ ଏହି ରିସର୍ଚ୍ଚରୁ ଯାହା ଜଣାପଡ଼ିଛି ଯଦି ଆପଣଙ୍କ ପାସ୍‌ୱାର୍ଡ ଅତି ସାଧାରଣ ହୋଇଥାଏ ତେବେ ହ୍ୟାକ୍‌ ହେବା ଖୁବ୍‌ ସହଜ ।

ତେଣୁ ଆପଣ ସବୁବେଳେ ପାସ୍‌ୱାର୍ଡରେ କିଛି ସଂଖ୍ୟା ସହ କିଛି ଇଂରାଜୀ ଅକ୍ଷର ଓ କିଛି ଚିହ୍ନ ସାମିଲ କରନ୍ତୁ । ପାସ୍‌ୱାର୍ଡରେ ପ୍ରାୟ ୧୮ରୁ ଅଧିକ କ୍ୟାରେକ୍ଟର ରଖିବାକୁ ଚେଷ୍ଟା କରନ୍ତୁ । ଯାହାଦ୍ୱାରା ହ୍ୟାକରକୁ ହ୍ୟାକ୍‌ କରିବା ପାଇଁ କଷ୍ଟା ହେବ । ଏଭଳି ପାସ୍ୱୱାର୍ଡ ହ୍ୟାକ୍‌ କରିବା ପାଇଁ ହ୍ୟାକରକୁ ୧୦ ମାସରୁ ଅଧିକ ସମୟ ଲାଗିପାରେ । ତେଣୁ ଆପଣ କେତେକାଂଶରେ ସୁରକ୍ଷିତ ରହିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now