• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଦିନିଆ ବର୍ଷା ଉଜାଡି ଦେଲା ଚାଷୀଙ୍କ ଫସଲ । ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷୀଙ୍କ ଅଂଟା ଭାଙ୍ଗି ଦେଇଛି ।  କେଉଁଠି ବିଲ ଫାଟି ପରିବା କ୍ଷେତରେ ସଢୁଛି ତ ଆଉ କେଉଁଠି ତରଭୁଜ ପଚି ନଷ୍ଟ ହୋଇଯାଇଛି । 

ଏମିତିରେ ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଦିନିଆ ବର୍ଷା ମାଡ଼ରେ ଜମିରେ ବଳିପଡ଼ିଥିବା ଟମାଟୋ, ଗୁଆଁର ତୋଳିବାକୁ ଲାଗିଛି ଚାଷୀ । ରାୟଗଡା ଜିଲ୍ଲା ଗୁଣପୁରର ଭାରସିଂ ଅଞ୍ଚଳରେ ଏବେ ଚାଷୀ ଆଖିରେ ଲୁହ ଆଣି ଦେଇଛି ଅଦିନିଆ ବର୍ଷା ।

ଅଧିକ ପଢ଼ନ୍ତୁ: ଚାଷୀ ଆଖିରେ ଲୁହ ଆଣିଲା ଅଦିନିଆ ବର୍ଷା

ଦିନରାତି ପରିଶ୍ରମ କରି ଚାଷୀ ଯେଉଁ ପରିବା ଲଗାଇଥିଲେ ତାହା ବଜାରକୁ ଯିବା ପୂର୍ବରୁ ଜମିରେ ସଢୁଛି । ବର୍ଷା ଯୋଗୁଁ ଚାଷୀଙ୍କ ଯାହା କ୍ଷତି ହୋଇଛି ତା'ର ଆକଳନ ଚାଲିଛି ,ଅଧିକ କ୍ଷତି ହେଲେ ରିପୋର୍ଟ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ତେବେ ଏବେ ନୁହେଁ ପୂର୍ବରୁ ବି ଅଦିନିଆ ବର୍ଷା ଚାଷୀଙ୍କ ଅଂଟା ଭାଙ୍ଗିଥିଲା । 

ବେଲପଡା ବ୍ଲକ ଧୁମାଭଟା ଗାଁରେ ବି କାନ୍ଦିଥିଲା ଚାଷୀ । ଗୋଟିଏ କି ଦୁଇଟି ଜମିରେ ନୁହେଁ ବରଂ ସବୁ ଜମିରେ ଏକାଅବସ୍ଥା ଦେଖାଯାଇଥିଲା । ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାରୁ ସବୁ ତରଭୁଜ ନଷ୍ଟ ହୋଇଯାଇଥିଲା । ଅମଳ ହୋଇଥିବା ଫଳକୁ ନେବା ତ ଦୂରର କଥା ଚାଷୀଙ୍କ ସହ ଥରେ ବି କଥା ହେଉନଥିଲେ ବେପାରୀ । ଆଉ ଏମିତି ସ୍ଥିତିରେ ଚଷା ପୁଅ କାନ୍ଦିବ ନାହିଁ ତ କରିବ କଣ?

  • Reported by:
  • Ingeet Panda