Advertisment

ନେମାଳ ଅଞ୍ଚଳରେ ଚାଞ୍ଚଲ୍ୟ : କୋରିୟର କଂପାନିର ତ୍ରୁଟିରେ ଭୁଲ ଠିକଣାରେ ଆଉ ଜଣଙ୍କର ଶବ

ନିଜ ସଂପର୍କୀୟ ଭାବି ରାଜସ୍ଥାନର ଜଣଙ୍କ ଶବର ଅନ୍ତିମ ସତ୍କାର । ଓଡ଼ିଶା ଆସି ଚିତାଭସ୍ମ ନେଇ ଫେରିଗଲେ ରାଜସ୍ଥାନର ପରିବାର ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

courier firm

ମେଡ଼ିକାଲରେ ଶିଶୁ ବଦଳ ଖବର ଆପଣ ଶୁଣିଥିବେ ନିଶ୍ଚୟ । ହେଲେ ଶବ ବି ଯେ ଅଦଳବଦଳ ହୋଇପାରେ ଆଉ ସେହି ଶବର ଅନ୍ତିମ ସତ୍କାର ବି ହୋଇଯାଏ, ସେକଥା ବୋଧହୁଏ ଶୁଣିନଥିବେ। କୋରିୟର ସଂସ୍ଥାର ଦାୟିତ୍ୱହୀନତା ଯୋଗୁ କଟକ କୁଆଁସାଳରେ ପହଞ୍ଚିଥିବା ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ନିଜର ଭାବି ଦାହ ସଂସ୍କାର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଖବର ପାଇ ରାଜସ୍ଥାନରୁ ସଂପର୍କିୟ ଆସି ଚିତାଭସ୍ମ ସଂଗ୍ରହ କରିଥିବାବେଳେ କୋରିୟର ସଂସ୍ଥା ଅସଲ ବ୍ୟକ୍ତିଙ୍କ ମୃତଦେହକୁ ଧରି ଓଡ଼ିଶା ଆସୁଥିବା କୁହାଯାଉଛି।....

Advertisment

କଟକ ଜିଲ୍ଲା କୁଆଁସାଳ ଗାଁର ଲୁଣା ନଦୀ ପଠାରେ ଦାହ କରାଯାଇଛି ଜଣଙ୍କ ମୃତଦେହ । କୁଆଁସାଳ ଗାଁର ସଂପର୍କୀୟମାନେ ମୁମ୍ବାଇରେ ପ୍ରାଣ ହରାଇଥିବା ବିଳାସ ଭୂୟାଁଙ୍କ ମୃତଦେହ ଭାବି ଅନ୍ତିମ ସତ୍କାର କରିଦେଇଥିଲେ । ପରେ ଜଣାପଡ଼ିଛି, ଏହା ରାଜସ୍ଥାନ ଜୟପୁରର ଅନ୍ୟ ଜଣଙ୍କ ମୃତଦେହ। ଖବର ପାଇ ପୋଲିସ ସହାୟତାରେ ରାଜସ୍ଥାନରୁ ଭୁବନେଶ୍ୱର ଆସିଥିଲେ ତାଙ୍କ ସଂପର୍କୀୟ। ଆଉ ପଞ୍ଚଭୂତରେ ବିଲୀନ ହୋଇଯାଇଥିବା ଶବର ଚିତାଭସ୍ମ ନେଇ ଫେରିଯାଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କୁଆଁସାଳ ଗାଁର ବିଳାସ ଭୂୟାଁ, ଦୀର୍ଘଦିନ ହେବ ମୁମ୍ବାଇରେ ଏକ କାର୍ ସୋ ରୁମରେ କାମ କରୁଥିଲେ । କିନ୍ତୁ ହଠାତ ଅସୁସ୍ଥ ହୋଇ ଗତକିଛି ଦିନ ତଳେ ପ୍ରାଣ ହରାଇଥିଲେ ମୁମ୍ବାଇରେ । ପରେ ତାଙ୍କ ମୃତଦେହକୁ କୁଆଁପାଳ ଗାଁକୁ ପଠାଇବା ପାଇଁ

Advertisment

କାର୍ ସୋ ରୁମ୍ ପକ୍ଷରୁ ମୁମ୍ବାଇର ଏକ କୋରିୟର ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ କୋରିୟର ସଂସ୍ଥାଟି ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପ୍ୟାକ୍ କରିବା ସହ ତା’ଉପରେ ବିଳାସ ଭୂୟାଁଙ୍କ ନାଁ ଲେଖି କୁଆଁପାଳ ଠିକଣାରେ ପଠାଇଦେଇଥିଲା । ମୃତଦେହଟି କଳା ପଡ଼ିଯାଇଥିବାରୁ ଏବଂ ଅବିର ବୋଳା ଯାଇଥିବାରୁ ଶୋକାଗ୍ରସ୍ତ ଅବସ୍ଥାରେ ଥିବା ପରିବାର ଲୋକେ ବି ଆଉ ଚିହ୍ନଟ କଲେ ନାହିଁ। ସିଧା ନଈପଠାକୁ ନେଇ କାଲି ସଂଧ୍ୟାରେ ଦାହ କରିଦେଇଥିଲେ ।

ସେପଟେ ନିଜ ସଂପର୍କୀୟଙ୍କ ମୃତଦେହ ନପାଇ କୋରିୟର ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଥିଲେ ରାଜସ୍ଥାନର ଏକ ପରିବାର । ଜୟପୁର ପୋଲିସ ଏନେଇ ମୁମ୍ବାଇ ପୋଲିସକୁ ଜଣାଇଥିଲା ଓ ମୁମ୍ବାଇ ପୋଲିସ ତଦନ୍ତ କରି କଟକ ପୋଲିସକୁ ଅବଗତ କରିବା ପରେ ଜଣାପଡ଼ିଥିଲା କୁଆଁସାଳରେ ପହଞ୍ଚିଥିବା ମୃତଦେହଟି ରାଜସ୍ଥାନର ବୋଲି । ଅପରପକ୍ଷେ ସଂପୃକ୍ତ କୋରିୟର ସଂସ୍ଥା ବିଳାସ ଭୂୟାଁଙ୍କ ମରଶରୀରକୁ ଧରି କୁଆଁସାଳ ଗାଁ ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।

Courier Service Odisha News
Advertisment
Advertisment