• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଅମାନିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି । ଟ୍ବିନସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ବରକଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଏହି ଉଚ୍ଚମାନର ଏଆଇ କ୍ୟାମେରା ଟ୍ରାଫିକ୍ ଖିଲାପକାରୀଙ୍କ ସହ ଅପରାଧୀଙ୍କୁ ମଧ୍ୟ ଧରିବ ।

ଏହାସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର । ପ୍ରଥମକରି ଟ୍ବିନସିଟିରେ ଲାଗିବ ଏଆଇ କ୍ୟାମେରା । ଏହା ଆଡଭାନ୍ସ ଟେକ୍ନୋଲୋଜି ଜରିଆରେ ଟ୍ରାଫିକ୍ ଖିଲାପକାରୀ ଓ ଅପରାଧୀଙ୍କ ଉପରେ ନଜର ରଖିବ ।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ପୋଲିସର ନିଷ୍କ୍ରିୟତା କଥା କହିଲା CPIM

ବିଗତ ଦିନ ମାନଙ୍କରେ କିଛି ଚର୍ଚ୍ଚିତ କ୍ରାଇମ ଘଟଣା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ । ସୂଚନାଯୋଗ୍ୟ କିଛିଦିନ ତଳେ ଭୁବନେଶ୍ବର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ସିସିଟିଭି ବଦଳରେ ସୋସିଆଲ ମିଡିଆ ପ୍ରମାଣ ଦେଇଥିଲା । କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଘଟଣାରେ ସ୍ପାଇଡର ସତୀଶକୁ ପୋଲିସ ସିସିଟିଭି ସାହାଯ୍ୟରେ ଧରିଥିଲା ।

ସହର ଭିତରେ ହଜାରେ କ୍ୟାମେରା ଥିଲେବି ଅଧିକାଂଶ ଖରାପ ପଡିଛି । ଏଣୁ ଟେକ୍ନୋଲୋଜି ଜରିଆରେ ଅପରାଧୀଙ୍କୁ ଧରିବାକୁ ଗୁରୁତ୍ବାରୋପ କରିଛନ୍ତି ପୋଲିସ କମିଶନର । ଏହି କ୍ୟାମେରା ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ଲାଗିବ । ମୁଖ୍ୟତଃ ଦୟା ନଦୀ ବ୍ରିଜ୍, ଏୟାରଫିଲ୍ଡ ଥାନା ଅଂଚଳ, ପାତ୍ରପଡା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ରାସ୍ତା, ହଂସପାଳ ଛକ ସମେତ ପୁରୀ ବାଇପାସ୍ ରାସ୍ତାରେ ଲାଗିବ AI କ୍ୟାମେରା ।

ଅପରପକ୍ଷେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରୀଟି ଗାର୍ଡ ମୁତୟନ ଉପରେ ଗୁରୁତ୍ୱାରୋପ କରିଛି କମିଶନରେଟ ପୋଲିସ । ଏହାସହ ବ୍ୟାଙ୍କ ଓ ଏଟିଏମରେ ଚୋରି ବଢ଼ୁଥିବାରୁ ଏସବୁ ନିକଟରେ ସିସିଟିଭି ସର୍ଭେଲାନ୍ସ ଉପରେ ବି ଗୁରୁତ୍ୱ ଦିଆଯାଇଛି । ପୋଲିସିଂ ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗିଦାରୀ ପାଇଁ ଅଧିକ ଫୋକସ ରହିଛି । ପ୍ରତ୍ୟେକ ସିଭିଲିଆନ ବିନା ପୋଷାକରେ ପୋଲିସିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଟୁଇନ ସିଟି ପୋଲିସ କମିଶନର ।

ଅଧିକ ପଢ଼ନ୍ତୁ: କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ

OTV is now on Whatsapp

Join and get latest news update delivered to you via whatsapp

Join Now