ପ୍ରଶାସନ ସହ କ୍ଷମତା ଲଢ଼େଇ କରି କୋଟିଆକୁ ନିଜର ଦାବି କରୁଥିବା ଆନ୍ଧ୍ର ଓଡ଼ିଶାର ସ୍କୁଲରୁ ଲାଇନ୍ କାଟିଦେଲା । ହଁ, ଏବେ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦହଗଞ୍ଜ କରୁଛି ଆନ୍ଧ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି
ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି
ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।
ଲୋକେ ଘର ଲାଗି ଆନ୍ଦୋଳନ କଲେ, ସରକାର ଜମି ପଟ୍ଟା ଦେଲେ । ହେଲେ ଥରେ ବି ବନ୍ୟଜନ୍ତୁଙ୍କ କଥା ଚିନ୍ତା କଲେ ନାହିଁ । ପଟ୍ଟା ପାଇବା ପରେ ଜଙ୍ଗଲ ସଫା କରି ଘର ତୋଳିବାରେ ବ୍ୟସ୍ତ ରହିଲା ମଣିଷ । ଥରେ ବି ଚିନ୍ତା କଲାନି ଜଙ୍ଗଲ ସଫା ହେଲେ ବାଘ, ଭାଲୁ ଓ ହାତୀ ରହିବେ କେଉଁଠି? ନିଜ ଆଖି ସାମ୍ନାରେ ଜଙ୍ଗଲ ସଫା ହେଉଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜୀବଜନ୍ତୁ।
World's Most Dangerous River: ଏଠାରେ ପ୍ରତ୍ୟେକ ମୁହୂର୍ତ୍ତରେ ମୁଣ୍ଡ ଉପରେ ମୃତ୍ୟୁର ଖଣ୍ଡା ଝୁଲି ରହିଥାଏ । ଭୁଲ୍ରେ ସୁଦ୍ଧା ଲୋକେ ଏହି ନଦୀଗୁଡ଼ିକ ନିକଟକୁ ଯିବାକୁ ଚାହାଁନ୍ତି ନାହିଁ ।
ସ୍କୁଲରୁ ବିଜୁଳି ସଂଯୋଗ କାଟିଦେଲା ଆନ୍ଧ୍ର। ଏବେ ଅନ୍ଧାରରେ ୬୦ ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋଟିଆର ନେରିଡିବାଲସା-ତାଡ଼ି ବାଲସା ଆବାସିକ ବିଦ୍ୟାଳୟରେ। ସ୍କୁଲଟି ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ଜାଣିବା ପରେ ଆନ୍ଧ୍ର ଦେଇଥିବା ବିଜୁଳି ସଂଯୋଗ କାଟି ଦେଇଛି…
ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।
ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।
ଦୁର୍ଘଟଣା ବେଳେ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏମିତିକି ଗାଡ଼ିରେ ଲାଗିଥିବା ବେଲୁନ୍ ବି ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥାଏ ।
କାଦୁଅ ଭରା ପୋଖରୀ। ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା ବାଲଟିରେ ପାଣି ସଂଗ୍ରହ କରୁଛନ୍ତି ମହିଳା।
ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ ।
ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’
୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ ।
ଯୋଜନା ପୁରା ବାଟବଣା ବୋଲି ଅଭିଯୋଗ ଭିତରେ ବିଭାଗୀୟ ମନ୍ତ୍ରୀ କିନ୍ତୁ କହିଛନ୍ତି ରାଜ୍ୟରେ ମହିଳାମାନେ ମିଶନ ଶକ୍ତି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।
କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।
ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।
ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।
ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।
ଖାଲି ପାଦରେ ପେନ୍ସନ୍ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।
ନୂଆପଡ଼ାରୁ ଉଦ୍ଧାର ହୋଇଥିବା ବାଘ ସୁସ୍ଥ ଅଛି। ଅଂଶୁଘାତ ନା କେଉଁ କାରଣରୁ ସେ ଅସୁସ୍ଥ ହୋଇଥିଲା, ତାହା ନିରୀକ୍ଷଣ କରାଯାଉଛି ।
ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍ ଟ୍ରେନ୍ ମଧ୍ୟ ଚଳାଚଳ କଲାଣି ।