Advertisment

ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା । ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ । ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଲା କି ମହିଳା ଜଣକ ଗର୍ଭବତୀ ନଥିଲେ ବରଂ ପେଟରେ ଭୟଙ୍କର ଭାବରେ ବଢୁଥିଲା ଟ୍ୟୁମର ।

author-image
Sarbeswar
ଅଦ୍ୟତନ ହୋଇଛି
Medical Issue

Medical Issue

ଠିକ୍‌ରେ ଚାଲିପାରୁନାହାନ୍ତି କି କଥା କହିପାରୁନାହାନ୍ତି। ମେଡ଼ିକାଲ ଷ୍ଟ୍ରେଚର ଉପରେ ମହିଳା ଜଣକ ଶୋଇଛନ୍ତି। ତାଙ୍କୁ ଦେଖି ସମ୍ପର୍କୀୟମାନେ ବି କାନ୍ଦୁଥିଲେ। ଏମିତି ଦୃଶ୍ୟ ସବୁ ଦେଖିବା ପରେ କିଛି ବୁଝିପାରୁନଥିବେ। ମନରେ ପ୍ରଶ୍ନ ଆସୁଥିବ ସେହି ମହିଳାଙ୍କର ହୋଇଛି କଣ? କାହିଁକି ସମ୍ପର୍କୀୟମାନେ କାନ୍ଦୁଛନ୍ତି? ଦର୍ଶକବନ୍ଧୁ ଡାକ୍ତର ମହିଳାଜଣକ ଗର୍ଭବତୀ ଥିବା କହିଥିଲେ। ସେହି ଅନୁସାରେ ଚିକିତ୍ସା ବି କରୁଥିଲେ। ଏ ସବୁ ଜାଣିବା ପରେ ଆଉ ପ୍ରେସକିପସନ୍‌ ଦେଖିବା ପରେ ଆହୁରି ଆଶ୍ଚର୍ଯ୍ୟ ଲାଗୁଥିବ। ଆଉ କହିବେ, ଗର୍ଭବତୀ ଥିଲେ ତ ଖୁସିର କଥା। ପ୍ରସବ ଲାଗି ବୋଧହୁଏ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହେଲେ ସତ ଜାଣିବା ପରେ ଗୋଡ଼ ତଳୁ ଖସିଯିବ ମାଟି।

Advertisment

ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା। ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ। ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ ମେଡିକାଲ ଆସିଥିଲେ ସମ୍ପୃକ୍ତ ମହିଳା ଜଣକ। ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଲା କି ମହିଳା ଜଣକ ଗର୍ଭବତୀ ନଥିଲେ ବରଂ ପେଟରେ ଭୟଙ୍କର ଭାବରେ ବଢୁଥିଲା ଟ୍ୟୁମର।

ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ସହିତ ଖେଳ ଚାଲିଛି। ମହିଳାଙ୍କ ପେଟରେ ବଢୁଥିଲା ମାଂସ ପିଣ୍ଡୁଳା କିନ୍ତୁ ତାଙ୍କର ଚାଲିଥିଲା ଗର୍ଭଧାରଣ ପରର ଚିକିତ୍ସା । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଜଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଗଜପତି ନଗରର କବିନ୍ଦ୍ର ସାହୁଙ୍କ ପତ୍ନୀ ସ୍ବର୍ଣ୍ଣଲତା ସାହୁ ଜଣେ ଦିବ୍ୟାଙ୍ଗ । ଗତ ୨୧,୮,୨୨ ରେ ସ୍ବର୍ଣଲତା ଜଟଣୀର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭ ପରୀକ୍ଷା କରିବା ସହିତ ଏକମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଏମିତିକି ସବୁ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଥିବା ଆଉ ପ୍ରସବର ତାରିଖ ଥିଲା ୨୮.୦୫.୨୦୨୩। କିନ୍ତୁ ଅଲଟ୍ରାସାଉଣ୍ଡ ହେବା ପରେ ସ୍ୱର୍ଣ୍ଣଲତାଙ୍କ ପରିବାରର ପାଦତଳୁ ମାଟି ଖସିଯାଇଛି।

Advertisment

ପିଲା ଜନ୍ମ ହେବ ବୋଲି ପରିବାର ମଧ୍ୟରେ ଖେଳିଯାଇଥିଲା ଖୁସିର ଲହରୀ। କିନ୍ତୁ ୮ ମାସ ପରେ ଯେବେ ଜଣାପଡ଼ିଲା ସ୍ୱର୍ଣ୍ଣଲତା ଗର୍ଭବତୀ ନାହାନ୍ତି ତାହାକୁ ନେଇ ଏବେ ପରିବାର ମୁଣ୍ଡରେ ଚଡ଼କ। ସେପଟେ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ପୂରା ଘଟଣାର ତଦନ୍ତ ହେବ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Health Problem Medical Negligence
Advertisment
Advertisment