• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛତିଶଗଡ଼ ବିଳାସପୁରରୁ ମିଳିଲେ ଝାରସୁଗୁଡ଼ାରୁ ନିଖୋଜ ଛାତ୍ର । ବୁରୋମାଲ ଅଞ୍ଚଳର ନାବାଳକଙ୍କୁ ବିଳାସପୁରରୁ ଉଦ୍ଧାର କରିଛି ପୋଲିସ୍ । ଏନେଇ ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ସୂଚନା ଦେଇଛନ୍ତି । ନାବାଳକଙ୍କୁ କେହି ଅପହରଣ କରିନଥିଲେ, ସେ ନିଜ ଇଛାରେ ଟ୍ରେନରେ ଯାଇଥିବା ସୂଚନା ଦେଇଛନ୍ତି । ତାଙ୍କୁ ସେଠୁ ଆଣିବା ପାଇଁ ଝାରସୁଗୁଡ଼ା ପୋଲିସର ଏକ ଟିମ୍ ଯାଇଛି ।

ସୂଚନା ଅନୁସାରେ ଗତ ୭ ତାରିଖରେ ନାବାଳକଙ୍କ ମାଆ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ତାଙ୍କର ଧ୍ୟାନ ରଖିବା ପାଇଁ ନାବାଳକଙ୍କ ବାପା ବି ଡାକ୍ତରଖାନାରେ ରହୁଥିଲେ । ଘରେ ନାବାଳକ ଜଣକ ନିଜ ଭାଇ ସହ ଥିଲାବେଳେ ସେବେଠୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ନାବାଳକ ଜଣକ ନିଖୋଜ ହେବା ପରେ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ହେଲେ ତା’ର କୌଣସି ପତ୍ତା ମିଳିନଥିଲା । ଏହାପରେ ସେ କେଉଁ ଆଡ଼େ ଚାଲି ଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ ।

ହେଲେ ଏବେ ନିଖୋଜ ନାବାଳକ ଜଣକ ବିଳାସପୁରରୁ ଠାବ ହୋଇଛନ୍ତି । ତାଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ନିଜ ଇଛାରେ ଘର ଛାଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି ।