/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681100870.jpg)
ECMO Treatment In SCB
କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ସଫଳ ହୋଇଛି ଅପରେସନ । କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସର ଜଣେ ଯୁବକ ର ଶ୍ୱାସନଳୀରୁ ଇକମୋ ମେସିନ ସହାୟତାରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି। ବର୍ତ୍ତମାନ ରୋଗୀ ଜଣକ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ଶ୍ୱାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ସେଥିପାଇଁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା । ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଅପରେସନ ଏସୀୟ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ।
ଅଧିକ ପଢ଼ନ୍ତୁ: ୫ ଘଣ୍ଟାର ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଟ୍ୟୁମର
#ଏକ୍ମୋ_ସପୋର୍ଟରେ_ବିରଳ_ଅପରେସନ୍
ଓଡ଼ିଶାରେ ପ୍ରଥମ ଥର ଏକ୍ମୋ ମେସିନ ସପୋର୍ଟରେ ଅପରେସନ୍ । କଟକ SCBରେ ଏକ୍ମୋ ସପୋର୍ଟରେ ବିରଳ ଅପରେସନ୍ । #Cuttack#OTVpic.twitter.com/JvfLqwjXQw— ଓଟିଭି (@otvkhabar) April 10, 2023
ପ୍ରଥମ ଥର ପାଇଁ ଇକମୋ ମେସିନ୍ ସପୋର୍ଟ ଦ୍ୱାରା ଓଡ଼ିଶା ରେ ଅପରେସନ ହୋଇଛି । କଟକଏସସିବି ମେଡିକାଲ ରେ ୯ ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା ।
ଏସସିବି ମେଡିକାଲ ବିଭାଗୀୟ ମୁଖ୍ୟ, କାର୍ଡିଓଥୋରାସିସ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ କହିଛନ୍ତି, ଏହି ଇକମୋ ମେସିନଟି ଖାଲି କୋଭିଡ ରୋଗୀଙ୍କ ବ୍ୟବହାର କରାଯାଏ ନାହିଁ। ଅନ୍ୟ ରୋଗର ମଧ୍ୟ ଚିକିତ୍ସା କରାଯାଇଥାଏ। ଯେପରି ନଦୀରେ ବୁଡ଼ି ଯିବା ଫଳରେ ପାଣି ପଶି ଫୁସଫୁସ୍ ଖରାପ ହୋଇଯିବା, ନିମୋନିଆରେ ଫୁସଫୁସ୍ ଖରାପ ହୋଇଯିବା, ହାର୍ଟ ଟ୍ରାନ୍ସପରେଣ୍ଟ ଓ ଫୁସଫୁସ୍ ଟ୍ରାନ୍ସପରେଣ୍ଟ କ୍ଷେତ୍ରରେ ଇକମୋ ମେସିନଟି ବ୍ୟବହାର କରାଯାଇଥାଏ। ୯ଟି ଇକମୋ ମେସିନ ଆମ ମେଡିକାଲରେ କାର୍ଯ୍ୟକାରୀ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)