• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି । ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ହେଲା ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଝାରସୁଗୁଡା ଲଇକେରା ବ୍ଲକ୍ ଭେଲୁଆଁପଡାରେ ୩୦ ପରିବାର ରହୁଥିବା ବେଳେ ଗାଁରେ ଦେଖିବାକୁ ମିଳିଛି ।

ଗାଁରେ ମାତ୍ର ଦୁଇଟି ନଳକୂପ ରହିଛି । ସେହି ପାଣିରେ ରୋଷେଇ ବାସ ହେଉଛି । ହେଲେ ଗାଧେଇବା ପାଇଁ ଗାଁରେ ପୋଖରୀଟିଏ ନାହିଁ। ଫଳରେ ଜଣେ ଲୋକଙ୍କ ପୋଖରୀରେ ଗାଧେଇବାକୁ ବାଧ୍ୟ ହୋଇ ବର୍ଷକୁ ୩ ହଜାର ଟଙ୍କା ଦେଉଛନ୍ତି ଗ୍ରାମବାସୀ । ଟଙ୍କା ଦେଇ ପାଣି କିଣି ଗାଧୋଉଛନ୍ତି ।

ଗାଁଲୋକଙ୍କ ଅଭିଯୋଗ ହେଉଛି ଯେ, ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି । ତେଣୁ ଏଥର ଉପ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ପଡ଼ାବାସୀ ନିଷ୍ପତ୍ତି ନେଇଛନ୍ତି । ତେବେ ନଜର ରହିଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉଛି ।