Advertisment

ଶୁଖିଯିବ ଓଡ଼ିଶା ! ଛତିଶଗଡ଼ ପରେ ଏବେ ଆନ୍ଧ୍ର ବନ୍ଦ କରିବ ପାଣି...

ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Andhra Pradesh Will Bulit A Dam In Mahendra Tanaya River

Andhra Pradesh Will Bulit A Dam In Mahendra Tanaya River

ଓଡ଼ିଶା ପାଣି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ନଜର। ଗଜପତି ପାରଳାଖେମୁଣ୍ଡି ଦେଇ ବହିଯାଇଥିବା ମହେନ୍ଦ୍ର ତନୟା ନଦୀ ଉପରେ ଚାଲିଥିବା ରେଗୁଲୁପାଡୁ ପ୍ରକଳ୍ପକୁ ଶେଷ କରିବାକୁ ୩ଶହ କୋଟି ମଂଜୁର କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସେହିପରି ବଂଶଧାରା ନଦୀ ତଳମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ବ୍ୟାରେଜ୍ ନିକଟ ହିରମଣ୍ଡଳମ ଡ୍ୟାମ୍ ଉନ୍ନତୀକରଣ ଲାଗି ୧୭୬ କୋଟିରୁ ଅଧିକ ମଂଜୁର କରିଛନ୍ତି ।

Advertisment

ଆନ୍ଧ୍ରରେ ଏହି ପ୍ରକଳ୍ପ ହେଲେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ଶୁଷ୍କ ହୋଇଯିବ । ରାୟଗଡ଼ାର ଗୁଣପୁର ଅଞ୍ଚଳ
ମଧ୍ୟ ପ୍ରଭାବିତ ହେବ । ଆନ୍ଧ୍ରର ଏହି ପ୍ରକଳ୍ପକୁ ଚେକ୍ ଦେବାକୁ ଓଡ଼ିଶା ସରକାର ଉଭୟ ନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ପ୍ରାୟ ୧୫ ବର୍ଷ ହେଲାଣି ପ୍ରକଳ୍ପ ଅଧପନ୍ତରିଆ ଭାବେ ଚାଲିଛି । ବଂଶଧାରା ନଦୀ ଉପରମୁଣ୍ଡରେ ହେବାକୁ ଥିବା ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି । ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।

୨୦୦୮ ଏପ୍ରିଲ ପହିଲାରେ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡି ରେଗୁଲୁପାଡୁଠାରେ ପ୍ରକଳ୍ପର ଶୁଭ ଦେଇଥିଲେ । ଏହାର ଠିକ୍ ମାସକ ପରେ ୩୦ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀର ଉପରମୁଣ୍ଡରେ ୨ଟି ପ୍ରକଳ୍ପର ଶୁଭ ଦେଇଥିଲେ । ଆନ୍ଧ୍ର ପ୍ରକଳ୍ପ ସାରିବାକୁ ଅଣ୍ଟା ଭିଡ଼ିଥିବାବେଳେ ମହେନ୍ଦ୍ର ତନୟା ଜଳ ଉପରେ ନିର୍ଭର କରୁଥିବା ଲୋକେ ଆଶଂକାରେ ରହିଛନ୍ତି । ସେପଟେ ଖୁବଶୀଘ୍ର ଚମ୍ପାପୁର ପ୍ରକଳ୍ପ କାମ ଆରମ୍ଭ ହୋଇ ଆନ୍ଧ୍ରର ପ୍ରକଳ୍ପ ସମ୍ପନ୍ନ ହେବା ପୁର୍ବରୁ ଶେଷ ହେବ ବୋଲି କହିଛି ଜିଲ୍ଲା ପ୍ରଶାସନ। ଆନ୍ଧ୍ର ତାର ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଜଳ ଲୁଟି ନେଲେ ଅଞ୍ଚଳବାସୀ ପାଣି ଟୋପାକ ପାଇଁ ଡହଳ ବିକଳ ହେବା ନିଶ୍ଚିତ।

Advertisment

(ଗଜପତିରୁ ଆଦର୍ଶ ଦାଶ, ଓଟିଭି)

Andhra Odisha Border Dispute
Advertisment
Advertisment