• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନେ ବିଶ୍ୱ ଧ୍ୱଂସ ହେବ । ଏ କଥା ଆପଣ ନିଶ୍ଚୟ ଶୁଣିଥିବେ । ଅନେକ ଲୋକ ପୃଥିବୀ ଧ୍ୱଂସ ହେବା ନେଇ ପୂର୍ବାନୁମାନ କରିଛନ୍ତି । କିଛି ଲୋକ ୨୦୧୨, ୨୦୨୦ ଭଳି ମସିହାକୁ ଆକଳନ କରିଥିଲେ । ଯାହାକି ଭୁଲ୍‌ ପ୍ରମାଣିତ ହୋଇଛି । ଏହାକୁ ନେଇ ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ ମଧ୍ୟ ପୂର୍ବାନୁମାନ କରିଛନ୍ତି । କେଉଁ ବର୍ଷ ପୃଥିବୀ ଧ୍ୱଂସ ହେବ ବୋଲି ନିଉଟନ୍ ପୂର୍ବରୁ କହିଛନ୍ତି । ଏଥିସହ ପୃଥିବୀରେ କେହି ବଞ୍ଚିବେ ନାହିଁ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: କୁର୍ଜୱିଲ୍ କିଏ ? ମଣିଷର ଅମରତ୍ୱ ସମ୍ପର୍କରେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ

ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ଲୋକମାନେ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ଙ୍କ ଏହି ଭବିଷ୍ୟବାଣୀ କେତ ସତ ହୋଇପାରେ ତାକୁ ନେଇ ଚର୍ଚ୍ଚା କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଏହି ବିଷୟରେ ପୂର୍ବାନୁମାନ କରିଛନ୍ତି । ଅଧିକାଂଶ ଲୋକ ଏହି ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ଗ୍ରହଣ କରୁନଥିବା ବେଳେ ନ୍ୟୁଟନ୍‌ଙ୍କ ଭବିଷ୍ୟବାଣୀ ସବୁଠାରୁ ଶକ୍ତିଶାଳୀ ବୋଲି କିଛି ଲୋକ କହିଛନ୍ତି ।

ନିଉଟନ୍‌ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ଅନେକ ଆବିଷ୍କାର କରିଛନ୍ତି । ୨୦୬୦କୁ ବିଶ୍ୱର ଶେଷ ବର୍ଷ ବୋଲି ସେ କହିଛନ୍ତି । ୧୭୦୪ ମସିହାରେ ନିଉଟନ୍‌ ଏହି ଭବିଷ୍ୟବାଣୀ କରିଥିଲେ । ସେତେବେଳେ ଏହି ଭବିଷ୍ୟବାଣୀକୁ କେହି ଏତେ ଗୁରୁତ୍ୱର ସହ ନେଇ ନଥିଲେ । କାରଣ ୨୦୬୦ରେ ପହଞ୍ଚିବାକୁ ଅନେକ ବର୍ଷ ବାକି ରହିଥିଲା ।

କିନ୍ତୁ ବର୍ତ୍ତମାନ ୨୦୨୩ ହୋଇସାରିଛି । ଆଉ ଏହି ଭବିଷ୍ୟବାଣୀକୁ ମାତ୍ର ୩୭ ବର୍ଷ ଦୂର ରହିଛି । ନିଉଟନ୍‌ଙ୍କ ଏହି ଭବିଷ୍ୟବାଣୀର ସମୟ ପୂରିବାକୁ ଆଉ ମାତ୍ର କିଛି ବର୍ଷ ରହିଥିବାରୁ ଏହା ସତ୍ୟ ପ୍ରମାଣିତ ହେବ ନାଁ ସେମତି କିଛି ସ୍ଥିତି ଉପୁଜିବ ନାହିଁ ତାହା ଦେଖିବାକୁ ବାକି ରହିଛି ।

ଅଧିକ ପଢ଼ନ୍ତୁ: ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ