ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ବସ୍ ବ୍ରିଜ୍ ଉପରେ ଭାରସାମ୍ୟ ହରାଇଥିଲା । ହଠାତ୍ ବସ୍ଟି ନଦୀ ଭିତରକୁ ମୋଡ ପରିବର୍ତ୍ତନ କରି ଅଟକି ଯାଇଥିଲା । ମହାନଦୀ ଗର୍ଭକୁ ଖସୁ ଖସୁ ପୋଲ ବାଡ଼ରେ ଅଧା ଝୁଙ୍କି ରହିଥିଲା ।
ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ନିଶା କରାଇଛି ସଫଳ...ଗଢୁଛନ୍ତି ମାଟି ପାତ୍ରର ସାମଗ୍ରୀ..
ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ତାତିଲେ ବିଜେପି କର୍ମୀ.. କଳାପତାକା ଦେଖାଇ ନାରାବାଜୀ କଲେ.. ଶତାଧିକ ବିଜେପି କର୍ମୀଙ୍କୁ ପାର୍ଟି ଅଫିସରୁ ଉଠାଇ ନେଲା ପୋଲିସ
ସକାଳୁ ସକାଳୁ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆସିଲା.. ମାଆକୁ ମାଜଣା କରାଗଲା.. ତା’ପରେ ମଙ୍ଗଳ ଆଳତି, ଦ୍ୱାରପାଳ ପୂଜା, କଳସ ପୂଜା ଆଉ ପଞ୍ଚ ଉପକାର ନୀତିରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି...
ମହାନଦୀରେ ଫସିଲେ ଗାଈ ଓ ଗାଈ ଚରାଳି। ହଠାତ ପାଣି ମାଡ଼ି ଆସିବାରୁ କଟକ ବାଙ୍କୀ ଗୋପାଳପୁର ଅଞ୍ଚଳରେ ନଦୀ ମଝିରେ ଫସିଛନ୍ତି ଏହି ଗାଈ ଚରାଳି, ଗାଈ ଓ ବାଛୁରୀ । ଘଟଣା ସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି।
କନଷ୍ଟେବଲ୍ଙ୍କ ଉପରେ ମାଡ଼ିଗଲା କାର୍। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ କନଷ୍ଟେବଲ୍ଙ୍କୁ କାର୍ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।
ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ