Advertisment

୫ ଏକର ଜାଗାରେ ଶହେ ପ୍ରକାରର ଆମ୍ବ ଫଳାଇଛନ୍ତି ସାଲେପୁରର ଗଛବାବା

ପାଞ୍ଚ କି ଦଶ ପ୍ରକାରର ଗଛ ଥିବା ଆମ୍ବ ବଗିଚା ଦେଖିବା ସହଜ କଥା ଟିଏ। ହେଲେ ଏକା ଥରକେ ଶହେରୁ ଅଧିକ ପ୍ରକାରର ଆମ୍ବ ଗଛ ଦେଖିବାକୁ ମିଳିଛି ଗୋଟିଏ ବଗିଚାରେ । ତାହାପୁଣି ଭାରତର ବହୁ ସୁଆଦିଆ ଆମ୍ବର ସମ୍ଭାର ଥିବା ବଗିଚା । ଏଭଳି ଏକ ନିଆରା ଆମ୍ବ ବଗିଚା ରହିଛି କଟକ ଜିଲ୍ଲା ମାହାଙ୍ଗାର ଜାତିପାରିଲୋ ଗାଁରେ..

author-image
Manoranjan Behera
ଅଦ୍ୟତନ ହୋଇଛି
Mango Man

Mango Man

ବଗିଚାରେ ଯେଉଁଆଡ଼େ ଦେଖିବ ଖାଲି ଆମ୍ବ ଆଉ ଆମ୍ବ। ବିଭିନ୍ନ ପ୍ରକାରର ଆଉ ବିଭିନ୍ନ ରଙ୍ଗର ଆମ୍ବ ପେନ୍ଥାରେ ଝୁଲିଛି। ଆଉ ଏ ସବୁ ସମ୍ଭବ ଯାହାଙ୍କ ପାଇଁ ତାଙ୍କୁ କେହି କେହି ଗଛବାବା କାହାନ୍ତି ତ କିଏ କିଏ କୁହନ୍ତି ଗଛ ମଣିଷ । ଆଉ ପୁଣି କେହି କେହି ଏବେ କହୁଛନ୍ତି ମ୍ୟାଙ୍ଗୋମ୍ୟାନ । 

Advertisment

ବେଶ୍‌ ସାଧାରଣ ଜୀବନ ଶୈଳୀ । ବେଶ ଉଚ୍ଚ ଶିକ୍ଷିତ ବୈଜ୍ଞାନିକ ହୋଇ ମଧ୍ୟ ପ୍ରକୃତି ପାଇଁ ଓ ପରିବେଶକୁ ଭଲପାଇ ସଂସାର କରିନାହାନ୍ତି ହେଲେ ପରିବେଶକୁ ଆପଣେଇଛନ୍ତି ଖୋକନ ବେହୁରା। ନିଜର ୫ ଏକରରୁ ଉର୍ଦ୍ଧ ବାଡ଼ିରେ ଲଗେଇଛନ୍ତି ପ୍ରାୟ ଶହେ ପ୍ରକାରରୁ ଉର୍ଦ୍ଧ ଆମ୍ବଗଛ। ଆପଣ ନିଜେ ନଦେଖିଲେ ବିଶ୍ୱାସ କରିହେବନି। ପ୍ରତିଦିନ ତାଙ୍କ ବାଡିକୁ ଆଖପାଖରୁ ଅନେକ ଲୋକ ଆସନ୍ତି ସେ ସେମାନଙ୍କୁ ଆମ୍ବ ଖୁଆନ୍ତି ଆଉ ଆମ୍ବ ବିଷୟରେ କୁହନ୍ତି।

ଖାଲି ସେତିକି ନୁହେଁ ଅନେକ ଲୋକ ଏହି ସୁନ୍ଦର ସୁନ୍ଦର ଆମ୍ବ ଗଛ ପାଖରେ ଠିଆ ହୋଇ ଫଟୋ ମଧ୍ୟ ଉଠାନ୍ତି। ଆଲଫାନସୋ, ଚେରୁକୁରସମ, ଗୋଲାପଖାସ, ସମରକିଂ, ମଂଜିରା, ଅର୍କକ୍ରାନ୍ତି, ଦହିହାଣ୍ଡି, ବେଲଗଜା, ମାଲଗୋଆ, ବମ୍ବେ ଗ୍ରୀନ, ବମ୍ବେ ଏଲୋ, କେଶର, ରାଜପୁରୀ ଭଳି ବହୁ ମୁଲ୍ୟବାନ ପ୍ରକାରର ଆମ୍ବଗଛ ସଂରକ୍ଷଣ କରିବା ସହ ସେ ଏହାର ଚାରାକୁ ସାଧାରାଣ ଲୋକଙ୍କୁ ବାଣ୍ଟି ଥାନ୍ତି। ସଂସାର କହିଲେ ଦିନରାତି ଏହି ବଗିଚାରେ ବିତେ। କୁଡ଼ିଆ କରି ରୁହନ୍ତି ଆଉ ଯିଏ ଆସିଲେ ଗଛ ଚାରାଟିଏ ଦିଅନ୍ତି।

Advertisment

Advertisment
Advertisment