• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆର ଏମିତି ଅନେକ ଶାସକ, ରାଜା ତଥା ଲୋକଙ୍କ କାହାଣୀ ଆମେ ପଢ଼ିଥିବା । ଯେଉଁଥିରେ କେବଳ ସେମାନଙ୍କର କ୍ରୁରତା ବା ନିଷ୍ଠୁରତାର ଗାଥା ଲେଖାଥାଏ । ସେହି ରାଜା ମାନେ ନିଜର ନିଷ୍ଠୁରତା ପାଇଁ ଇତିହାସରେ ପରିଚିତ । କେବଳ ନିଜ ଆନନ୍ଦ ପାଇଁ ହଜାର ହଜାର ଲୋକଙ୍କୁ ହତ୍ୟା କରିଥାନ୍ତି ଏହି ରାଜାମାନେ । ଇତିହାସରେ ଏପରି ଅନେକ ରାଜା, ସମ୍ରାଟଙ୍କ କଥା ଲେଖା ଅଛି । ଲୋକଙ୍କୁ ହତ୍ୟା କଲେ ସେମାନଙ୍କୁ ଆନନ୍ଦ ମିଳୁଥିଲା । 

କିନ୍ତୁ ଆପଣ କେବେ ଏମିତି ମହିଳାଙ୍କ ବିଷୟରେ ପଢ଼ିଛନ୍ତି ନା ଜାଣିଛନ୍ତି କି, ଯିଏ ନିଜର ଖୁସି ପାଇଁ ଅନ୍ୟକୁ ହତ୍ୟା କରୁଥିଲା । ଇତିହାସରେ ଏମିତି ଅନେକ କ୍ରୁର ମହିଳାଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ନିଜର ନିଷ୍ଠୁରତା ପାଇଁ ଜଣାଶୁଣା ।

ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭୟଙ୍କର ତଥା କ୍ରୁର ମହିଳାଙ୍କ ବିଷୟରେ କହିବୁ । ଏହି କ୍ରୁର ମହିଳା ୬୦୦ ଝିଅଙ୍କୁ ହତ୍ୟା କରିଥିଲେ । କାରଣ ତାଙ୍କୁ ଲୋକଙ୍କୁ ହତ୍ୟା କରିବାରେ ଆନନ୍ଦ ଆସୁଥିଲା । ଦୁନିଆର ଭୟଙ୍କର ତଥା କ୍ରୁର ମହିଳାଙ୍କ ମଧ୍ୟରୁ ଜଣେ ଏହି ମହିଳାଙ୍କ ନାଁ ହେଉଛି ଏଲିଜାବେଥ୍ ବେଥୋରୀ । ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଏକ ରିପୋର୍ଟ ଅନୁଯାୟୀ, ୧୫୬୦ରେ ଜନ୍ମ ଗ୍ରହଣ କରିଥିବା ଏଲିଜାବେଥ ବେଥୋରୀ ଏକ ଧନୀ ପରିବାରରେ ବଢ଼ିଥିଲେ । ସବୁବେଳେ ତାଙ୍କର ସେବା କରିବାକୁ ଚାକରବାକର ରହିଥାନ୍ତି । ଧନୀ ହୋଇଥିବା ସେ ଗରିବ ଲୋକଙ୍କୁ ଚାକର ବୋଲି ଭାବନ୍ତି । ଏହାସହ ସେମାନଙ୍କୁ ନିର୍ଯାତନା ଦେଇ ସେ ଖୁସି ହେଉଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯଦି ତାଙ୍କ ଅପେକ୍ଷା ଅଧିକ ସୁନ୍ଦର ଝିଅ ତାଙ୍କ ସାମ୍ନାକୁ ଆସନ୍ତି, ତେବେ ତାଙ୍କୁ ସେ ହତ୍ୟା କରନ୍ତି ।

ମାତ୍ର ୧୫ ବର୍ଷ ବୟସରେ ଫେରେନ୍ସ ନାଡାସ୍ଡି ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ । ସେମାନଙ୍କର ଚାରି ସନ୍ତାନ ଥିଲେ । ଏଲିଜାବେଥ କୁଆଁରୀମାନଙ୍କୁ ହତ୍ୟା କରୁଥିଲେ । କାରଣ ଏହା ତାଙ୍କର ସୌକ ଥିଲା । ସବୁଠାରୁ ବଡ଼ କଥା ହେଉଛି ଝିଅମାନଙ୍କୁ ହତ୍ୟା କରିବା ପରେ ସେ ସେମାନଙ୍କ ରକ୍ତକୁ ନିଜ ଶରୀରରେ ଲଗାଉଥିଲେ । ତାଙ୍କର ବିଶ୍ୱାସ ଥିଲା ଯେ ଏଭଳି କରିବା ଦ୍ୱାରା ସେ ସବୁଦିନ ପାଇଁ ଯବାନ ରହିବେ ।

ସେ ସ୍ୱାମୀଙ୍କ ସାମ୍ନାରେ ଝିଅମାନଙ୍କୁ ହତ୍ୟା କରୁଥିଲେ ଏବଂ ସେମାନଙ୍କ ରକ୍ତରେ ସ୍ନାନ କରୁଥିଲେ । ଏହା ବ୍ୟତୀତ ଝିଅ ମାନଙ୍କୁ ହତ୍ୟା କରିବା ପରେ ତାଙ୍କ ରକ୍ତ ମଧ୍ୟ ପିଉଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଝିଅମାନଙ୍କର ରକ୍ତ ପିଇବା ଦ୍ୱାରା ତାଙ୍କୁ କେବେ ବି ବାର୍ଦ୍ଧକ୍ୟ ଛୁଇଁବ ନାହିଁ । ସେ ସବୁବେଳେ ଯବାନ ରହିବେ । 

ଚାକରମାନେ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ଏଲିଜାବେଥଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା, ଏହା ପରେ ସେ ହଙ୍ଗେରୀର କାଷ୍ଟେଲକୁ ଯାଇ ସେଠାରେ ରହୁଥିଲେ। ସେ ଲୋକମାନଙ୍କୁ ନିର୍ଯାତନା ଦେଇ ଆନନ୍ଦିତ ହେଉଥିଲେ । ସେ ଗରିବ ଝିଅଙ୍କୁ ଲୋଭ ଦେଖାଇ ନିଜ ପ୍ରାସାଦକୁ ଡାକୁଥିଲେ ଆଉ ସେଠାରେ ତାଙ୍କୁ ହତ୍ୟା କରୁଥିଲେ ।

୧୬୧୦ ମସିହାରେ, ହଙ୍ଗେରୀର ରାଜା ମାଥିୟସ୍ ଦ୍ୱିତୀୟ ଝିଅମାନଙ୍କ ହତ୍ୟା ସନ୍ଦେହରେ ଏଲିଜାବେଥଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ଜଣାପଡିଥିଲ ଯେ, ରାଜପ୍ରାସାଦରେ ଭିତରେ ପାଖାପାଖି ୮୦ ଜଣ ଝିଅଙ୍କୁ ହତ୍ୟା କରାଯାଇଛି । କିନ୍ତୁ ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ୬୦୦ରୁ ଅଧିକ ଝିଅଙ୍କୁ ଏଠାରେ ହତ୍ୟା କରାଯାଇଛି । ଏଲିଜାବେଥଙ୍କୁ ଏହି ସବୁ ହତ୍ୟାରେ ସହଯୋଗ କରିଥିବା ଚାକର ମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ଅନ୍ୟପଟେ ଏଲିଜାବେଥ୍‌ଙ୍କୁ ସାରା ଜୀବନ ପାଇଁ ଏକ କାଳ କୋଠରୀ ଭିତରେ ବନ୍ଦ କରି ରଖିଦିଆଗଲା । ୧୬୫୪ରେ ଅର୍ଥାତ ମାତ୍ର ୫୪ ବର୍ଷ ବୟସରେ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଥିଲା ।