/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681989796.jpg)
Odisha Body Builder Surendra Said Thanks To His Local Collector
ହସ ହସ ମୁହଁ ଆଉ ହାତରେ ସୁନାର ପଦକ । ସଫଳତାର ହସ ଆଜି ସମସ୍ତଙ୍କୁ ପ୍ରେରଣା ଦେଉଛି । ଦିନେ ଯେଉଁ ଅଫିସକୁ ସରକାରୀ ସାହାଯ୍ୟ ପାଇଁ ଆସିଥିଲେ । ଆଜି ପଦକ ପାଇବା ପରେ ସେହି ଅଫିସରେ କୃତଜ୍ଞତା ଜଣାଇବାକୁ ଆସିଛନ୍ତି । ସହଯୋଗ ଓ କୃତଜ୍ଞତାର ବିରଳ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।
ସୁରେନ୍ଦ୍ର ଦାସ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ ରଣଜିତ ପଞ୍ଚାୟତ ଅଞ୍ଚଳରେ ତାଙ୍କର ଘର । ବଡି ବିଲ୍ଡିଂ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିଲେ, କିନ୍ତୁ ହରିୟାଣାରେ ଆୟୋଜିତ ୧୬ ତମ ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତା ପାଇଁ ଆବଶ୍ୟକ ଥିଲା ଆର୍ଥିକ ସହାୟତା । ତେବେ ଅନୁରୋଧ ପରେ ସହଯୋଗର ହାତ ବଢାଇଥିଲେ ଜିଲ୍ଲାପାଳ ।
ହରିୟାଣା ଠାରେ ଆୟୋଜିତ ୧୬ତମ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ପାଇଁ ମନୋନୀତ ହେବା ପରେ ଆର୍ଥିକ ସହାୟତା ପାଇଁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ସହାୟତା ପାଇଁ ଯୁବକ ଜଣକ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ପରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ୨୨ ଜଣଙ୍କୁ ପଛରେ ପକାଇ ସୁରେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ଵର୍ଣ ପଦକ ଜିତିଥିଲେ ।
ସେହି ପଦକ ଜିତିବା ପରେ ସେ ସିଧା ଆସି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଆଉ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ ସୁରେନ୍ଦ୍ର । ଜିଲ୍ଲାପାଳଙ୍କ ଏଭଳି ସାହାଯ୍ୟ ଓ ସହଯୋଗ ପାଇଁ ସୁରେନ୍ଦ୍ର ଜାତୀୟ ସ୍ତରରେ ନିଜର ନାଁ କରି ପାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)