ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା
ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର
ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।