• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି ମୁକେଶ ଅମ୍ବାନୀ । ପାରିବାରିକ ହେଉ କିମ୍ବା ବ୍ୟବସାୟିକ କ୍ଷେତ୍ରରେ ମୁକେଶ ଅମ୍ବାନୀ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ରିଲାଏନ୍ସ ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠୁ ଧନୀ ବ୍ୟକ୍ତି । ମୁକେଶ ସବୁ ସମୟରେ ତାଙ୍କ କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଥିବା ନଜର ମଧ୍ୟ ରହିଛି ।

ନିକଟରେ ସେ ତାଙ୍କର ଜଣେ କର୍ମଚାରୀଙ୍କୁ ୧୫ଶହ କୋଟି ଟଙ୍କାର ଉପହାର ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କର୍ମଚାରୀ ଜଣଙ୍କ ନାଁ ମନୋଜ ମୋଦୀ ହୋଇଥିବାବେଳେ ତାଙ୍କୁ ମୁକେଶ ତାଙ୍କ ଡାହାଣ ହାତ ବୋଲି କହିଥା’ନ୍ତି । ତେବେ ଆସନ୍ତୁ ଜାଣିବା ମନୋଜଙ୍କ ବିଷୟରେ...

ଅଧିକ ପଢ଼ନ୍ତୁ: ନୀତାଙ୍କ ମେକ୍‌ ଅପ୍‌ ଆର୍ଟିଷ୍ଟ, କମ୍ପାନୀ ସିଇଓଙ୍କ ଠାରୁ ବି ପାଆନ୍ତି ଅଧିକ ଦରମା !

ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି । ଏହି କୋଠାଟି ମୁମ୍ବାଇର ନେପିଆନ୍‌ ସି ରୋଡ୍‌ରେ ରହିଛି । ଯାହାର ଆନୁମାନିକ ମୂଲ୍ୟ ୧୫୦୦ କୋଟି ଟଙ୍କା ବୋଲି କୁହାଯାଉଛି ।

ମୁକେଶ ଅମ୍ବାନୀଙ୍କ ଏହି ଉପହାରକୁ ନେଇ ମନୋଜ ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ମନୋଜ କହିଛନ୍ତି, ଦୁହେଁ ଏକାଠି ପାଠ ପଢ଼ୁଥିଲେ । ମୁମ୍ବାଇର କେମିକାଲ ଟେକ୍ନୋଲୋଜି ବିଭାଗରେ ଏକାଠି ଅଧ୍ୟୟନ କରିଛନ୍ତି । ୧୯୮୦ ଦଶକ ପୂର୍ବରୁ ମନୋଜ ମୁକେଶଙ୍କ କମ୍ପାନୀ ରିଲାଏନ୍ସରେ ଯୋଗଦେଇଥିଲେ । ସେତେବେଳେ ମୁକେଶଙ୍କ ବାପା ଧୀରୁଭାଇ ଅମ୍ୱାନୀ ରିଲାଏନ୍ସକୁ ଚଳାଉଥିଲେ ।

ଖାଲି ସେତିକି ନୁହେଁ, ମନୋଜ ମୋଦୀ ମୁକେଶ ଅମ୍ବାନୀଙ୍କ ବନ୍ଧୁ ହୋଇଥିବା ବେଳେ ଆକାଶ ଅମ୍ବାନୀ ଓ ଈଶା ଅମ୍ବାନୀଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ରିଲାଏନ୍ସ ବର୍ତ୍ତମାନ କୋଟି କୋଟି ଟଙ୍କାର ବ୍ୟବସାୟ କରିବା ପଛରେ ମନୋଜ ମୋଦୀଙ୍କ ହାତ ରହିଛି । ବର୍ତ୍ତମାନ ମନୋଜ ମୋଦୀ ରିଲାଏନ୍ସର ରିଟେଲ ଓ ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।