Advertisment

ଏ କି ଭଲପାଇବା ? ବାପାଙ୍କ ମୃତଦେହ ସହ ୧୫ ବର୍ଷ, ପଡ଼ୋଶୀ ବି ବାରିପାରିଲେନି ଦୁର୍ଗନ୍ଧ

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।

author-image
Satyendu Shekher Mishra
Woman lived with her fathers corpse for 15 years

Woman lived with her fathers corpse for 15 years

ବେଳେବେଳେ ଏମିତି କିଛି କାହାଣୀ ସାମ୍ନାକୁ ଆସେ, ଯାହାର କେବେ କଳ୍ପନା ମଧ୍ୟ କରାଯାଇନଥାଏ । ମୃତ୍ୟୁ ହେଉଛି ଜୀବନର ଏପରି ଏକ ସତ୍ୟ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତଥାପି, କିଛି ଲୋକ ନିଜ ପ୍ରିୟଜନଙ୍କୁ ହରାଇ ଏତେ ପରିମାଣର ଦୁଃଖି ହୁଅନ୍ତି ଯେ, ତାଙ୍କୁ ସହଜରେ ଭୁଲି ପାରନ୍ତି ନାହିଁ । ତାଙ୍କ ଅଚାନକ ମୃତ୍ୟୁକୁ ସେ କେବେ ବି ବିଶ୍ୱାସ କରିପାରନ୍ତି ନାହିଁ । ପ୍ରିୟଜନଙ୍କୁ ହରାଇବା ପରେ ସତେ ଯେମିତି ସେମାନେ ଏକ ପ୍ରକାର ପାଗଳ ପ୍ରାୟ ହୋଇଯାଆନ୍ତି । ଆଉ ଏଭଳି କିଛି କାର୍ଯ୍ୟ କରନ୍ତି ଯାହା ଅନ୍ୟମାନଙ୍କୁ ଚକିତ କରିଥାଏ । ଏଭଳି କାର୍ଯ୍ୟକଳାନ ସେମାନଙ୍କର ମାନସିକସ୍ଥିତି ଠିକ୍ ନଥିବାର ପ୍ରମାଣ ଦେଇଥାଏ ।

Advertisment

ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି । ଦ’ ମିରରର ଏକ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ନିଜ ପିତାଙ୍କ ମୃତଦେହ ସହିତ ଗୋଟିଏ ଘରେ ଦୁଇ କି ୪ ନୁହେଁ ଏକାଥରକେ ୧୫ ବର୍ଷ ପର୍ଯ୍ୟନ୍ତ ବିତାଇଛନ୍ତି । ଏହି ବାପ-ଝିଅଙ୍କ ଯୋଡ଼ି ସେତେବେଳେ ଭାଙ୍ଗିଲା ଯେତେବେଳେ ମହିଳାଙ୍କର ମୃତ୍ୟୁ ହେଲା ।

୧୫ ବର୍ଷ ପର୍ଯ୍ୟନ୍ତ ପିତାଙ୍କ ମୃତଦେହ ସହିତ ଥିଲା ଝିଅ

ପଡ଼ୋଶୀଙ୍କ କହିବାନୁସାରେ, ୨୦୦୧ ମସିହାରେ ଜଣେ ବ୍ୟକ୍ତି ନିଜ ଝିଅ ସହ ପର୍ତ୍ତୁଗାଲର ରହିବାକୁ ଆସିଥିଲେ । ସେହି ସମାନ ବିଲ୍ଡିଂରେ ସେ ତାଙ୍କର ପରବର୍ତ୍ତୀ ଜୀବନ ବିତାଇଛନ୍ତି । ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା । ସେହି ଘରେ କେବଳ ବାପ ଝିଅ ରହୁଥିଲେ । ପଡ଼ୋଶୀଙ୍କ କହିବାନୁସାରେ ଶେଷଥର ପାଇଁ ସେମାନେ ୧୫ ବର୍ଷ ତଳେ ଉକ୍ତ ବ୍ୟକ୍ତିଙ୍କୁ ଦେଖିଥିଲେ ।

Advertisment

ତାଙ୍କର ଡକ୍ୟୁମେଣ୍ଟଗୁଡିକର ଭ୍ୟାଲିଡିଟି ମଧ୍ୟ ୨୦୦୫ରେ ଶେଷ ହୋଇଥିଲା । ହେଲେ ସେହି ଘରେ ତାଙ୍କ ଝିଅ ରହି ଆସୁଥିଲେ । କିନ୍ତୁ ସେ କେବେ ବି କାହା ସହ କଥା ହୁଅନ୍ତି ନାହିଁ । ବହୁ କଷ୍ଟରେ ସେ କେତେବେଳେ କେମିତି କାହା ସହ ଅତି ଜରୁରୀ ଥିଲେ କଥା ହୋଇଥିବେ । ସେ ନିଜ ଦୁନିଆରେ ନିଜେ ରହୁଥିଲେ । କାହା କଥାରେ ମୁଣ୍ଡ ପୁରାଉନଥିଲେ କି କାହା ବିଷୟରେ ଚିନ୍ତା କରୁନଥିଲେ ।

ଘର ଭିତରୁ କେବେ କୌଣସି ଦୁର୍ଗନ୍ଧ ଆସିନଥିଲା

ନିକଟରେ ପଡୋଶୀଙ୍କୁ ସେହି ଘରୁ ଦୁର୍ଗନ୍ଧ ହେଲା । ତେଣୁ ସେମାନେ ପୋଲିସ ନିକଟରେ ଅଭିଯୋଗ କଲେ । ଯେତେବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଲ୍ଡିଂର କବାଟ ଭାଙ୍ଗି ଭିତରେ ପଶିଲା, ସେତେବେଳେ ଦେଖିଲା ଯେ, ୫୫ ରୁ ୬୫ ବର୍ଷ ବୟସର ଜଣେ ମହିଳାଙ୍କ ମୃତଦେହ ସହ ୮୦ ବର୍ଷର ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି ।

ତେବେ ପ୍ରଥମିକ ତଦନ୍ତ କରି ପୋଲିସ ଯାହା ସୂଚନା ଦେଇଛି, ତାହା ହେଲା କିଛି ଦିନ ପୂର୍ବରୁ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧଙ୍କ ଶରୀରର କେବଳ କଙ୍କାଳ ରହିଥିଲା । କିନ୍ତୁ ତାଙ୍କ ଦେହରେ ପୋଷାକ ଥିଲା । ମୃତଦେହଟି ସମ୍ପୂର୍ଣ୍ଣ ଶୁଖିଯାଇଥିବା ସହ ତାଙ୍କ ମୃତ୍ୟୁକୁ ଦୀର୍ଘ ବର୍ଷ ବିତିଯାଇଥିବା ପୋଲିସ ଅନୁମାନ କରିଛି ।

ପୋଲିସର କହିବାନୁଯାୟୀ, ଉଭୟଙ୍କର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ । ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ବର୍ଷ ଧରି ଘର ଭିତରେ ମୃତଦେହ ପଡ଼ିଥିଲେ ବି ପଡ଼ୋଶୀଙ୍କୁ ଏହାର ସୁରାଗ୍‌ ବି ମିଳିନି । ଏମିତିକି ମୃତଦେହର କୌଣଓ ପ୍ରକାର ଦୁର୍ଗନ୍ଧ ମଧ୍ୟ ପନୋଶୀ ବାରି ପାରି ନାହାନ୍ତି । 

Dead Body
Advertisment
Advertisment