Advertisment

ନୀତାଙ୍କ ମେକ୍‌ ଅପ୍‌ ଆର୍ଟିଷ୍ଟ, କମ୍ପାନୀ ସିଇଓଙ୍କ ଠାରୁ ବି ପାଆନ୍ତି ଅଧିକ ଦରମା !

ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Nita Ambani Makeup Artist Salary

salary of Nita Ambani's Personal Makeup Artist

ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଜଣେ ସଫଳତମ ମହିଳା ଭାବେ ସାରା ଦେଶରେ ପରିଚିତ। ତାଙ୍କ ଲୋକପ୍ରିୟତାର କୌଣସି ସୀମା ନାହିଁ।  ସେ ଏକାଧାରରେ ଜଣେ ଉଦ୍ୟୋଗୀ, ଡ୍ୟାନ୍ସର, ଫ୍ୟାଶନ୍ ଡିଜାଇନର ଓ ପରୋପକାରୀ।  ଏମିତି କୌଣସି କାର୍ଯ୍ୟ ନାହିଁ, ଯାହା ତାଙ୍କ ଦ୍ୱାରା ସମ୍ଭବ ନୁହେଁ। ନୀତା ୩ଟି ସନ୍ତାନର ମାଆ। ଆକାଶ ଅମ୍ବାନୀ, ଇଶା ଅମ୍ବାନୀ ଓ ଅନନ୍ତ ଅମ୍ବାନୀ, ଯିଏ ଏବେ ବିଜନେସ୍‌ ଦୁନିଆର ଆଇକନ୍‌ ସାଜିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ପିଲା ବିଦେଶରେ ପାଠ ପଢ଼ନ୍ତି !

ବିଳାସପୂର୍ଣ୍ଣ ଜୀବନକୁ ନେଇ ନୀତା ଯେତିକି ଚର୍ଚ୍ଚାରେ ନୁହଁନ୍ତି, ତାଠୁ ଅଧିକ ତାଙ୍କ ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ୫୯ ବର୍ଷ ବୟସରେ ବି ନୀତାଙ୍କ ସୌନ୍ଦର୍ଯ୍ୟ ଦେଖିଲେ ଲାଗିବ, ବୟସ ଯେପରି ତାଙ୍କୁ ଛୁଇଁପାରିନି। ତାଙ୍କ ଷ୍ଟାଇଲିସ୍‌ ଲୁକ୍ସ ଆଗରେ ସତେ ଯେପରି ଅନେକ ଆଗଧାଡ଼ିର ଅଭିନେତ୍ରୀ ଫିକା ପଡ଼ନ୍ତି। ନୀତାଙ୍କ ଏପରି ସୁନ୍ଦରତା ପଛର ସମସ୍ତ ଶ୍ରେୟ ମେକ୍‌ ଅପ୍‌ ଆର୍ଟିଷ୍ଟ ମିକି କଣ୍ଟ୍ରାକ୍ଟରଙ୍କୁ ଦିଆଯିବ।

Advertisment

ଆସନ୍ତୁ ଜାଣିବା ମିକି କଣ୍ଟ୍ରାକ୍ଟର କିଏ?

ନୀତା ଅମ୍ବାନୀଙ୍କ ପର୍ସନାଲ ମେକପ୍‌ ଆର୍ଟିଷ୍ଟ ହେଉଛନ୍ତି ମିକି କଣ୍ଟ୍ରାକ୍ଟର। ସେ ନୀତାଙ୍କୁ ମେକ୍‌ ଅପ୍‌ ସେବା ଯୋଗାଇ ଆସୁଛନ୍ତି। କେବଳ ନୀତା ନୁହଁନ୍ତି, ତାଙ୍କର କନ୍ୟା ଇଶା ଅମ୍ବାନୀ, ବୋହୂ ଶ୍ଲୋକା ମେହେଟ୍ଟା ଅମ୍ବାନୀ ମିକିଙ୍କ ଦ୍ୱାରା ମେକ୍‌ ଅପ୍‌କୁ ପସନ୍ଦ କରନ୍ତି। ଅମ୍ବାନୀ ପରିବାରର ମହିଳାମାନେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କୌଣସି ଗୁଣରେ କମ୍‌ ହେବେ ଏକଥା କେହିବି କହିବେ ନାହିଁ।    

ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରେ ହେୟାର ଡ୍ରେସର ଭାବେ କାମ କରୁଥିଲେ। ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ମେକ୍‌ ଅପ୍‌ ଆର୍ଟିଷ୍ଟ ହେଲେ। ଏପରିକି ଦିନ ଆସିଲା, ସେ ଦେଶର ଜଣେ ଲୋକପ୍ରିୟ ସେଲିବ୍ରିଟି ହୋଇଗଲେ। ସେ 'ହମ୍‌ ଆପକେ ହେ କୌନ୍', 'ଦିଲ୍‌ ତୋ ପାଗଲ୍‌ ହେ', 'କୁଛ୍ କୁଛ ହୋତା ହେ', 'ମାଇଁ ନେମ୍‌ ଇଜ୍‌ ଖାନ୍' ପରି ଅନେକ ସୁପରହିଟ ଫିଲ୍ମରେ  ମେକ୍‌ ଅପ୍‌ ଆର୍ଟିଷ୍ଟ ହୋଇଛନ୍ତି। ଏପରିକି କରୀନା କପୁର, ଦୀପିକା ପାଦୁକୋନ୍, ଐଶର୍ଯ୍ୟା ରାୟ ବଚ୍ଚନ ଓ ଅନୁସ୍କା ଶର୍ମା ତାଙ୍କର କ୍ଲାଏଣ୍ଟ। 

ମିକିଙ୍କ ଦୈନିକ ଫି କେତେ?

କ୍ଲାଏଣ୍ଟ ଲିଷ୍ଟକୁ ଦେଖାଗଲେ ମିକିଙ୍କ ଲୋକପ୍ରିୟତା କୌଣସି ଆଙ୍ଗଲ୍‌ରେ କମ୍‌ ନୁହେଁ। ମିକିଙ୍କୁ ମେକ୍‌ ଅପ୍‌ ଆର୍ଟିଷ୍ଟ ଭାବେ ନେଲେ ବଡ଼ ରକମର ଟଙ୍କା ଖର୍ଚ୍ଚ କରିବାକୁ ପଡେ। DNAର ରିପୋର୍ଟ ଅନୁସାରେ ମୁମ୍ବାଇରେ ଦିନକୁ ୭୫୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନିଅନ୍ତି ମିକି। ମିକି କଣ୍ଟ୍ରାକ୍ଟରଙ୍କ ମାସିକ ସାଲାରି ଭାରତର ସିଇଓ ମାନଙ୍କ ଠାରୁ ବି ଅଧିକ।  

Mukesh Ambani Nita Ambani
Advertisment
Advertisment