Advertisment

ବାଃ.. ବାଃ..ରେ ବ୍ୟବସ୍ଥା ! ଦିବ୍ୟାଙ୍ଗ ପୁଅକୁ ଦେଇପାରିଲେନି ଔଷଧ, ଚାଲିଗଲା ଜୀବନ

୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
 Divyang Dies Due To Delay In Release Of Pension In Odisha’s Udala

Divyang dies due to delay in release of pension in Odisha’s Udala

ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା । ଦଇବ ଯାହାକୁ ପଠାଇଥିଲା ସେ ଜୀବନ କଣ ଜାଣିବା ଆଗରୁ ଛଟପଟ ହୋଇ ପରପାରିକୁ ଚାଲିଗଲା । ହେଲେ ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।

Advertisment

ପୁଅର ଫଟୋକୁ ଧରି ଏବେ, ବାବୁରେ.. ଧନରେ.. ସୁନାରେ କହି କାନ୍ଦୁଛି ଜନ୍ମ କଲା ମାଆ । ଦିବ୍ୟାଙ୍ଗ ହେଲେ କଣ ହେଲା, ଦଇବ ପୁଅଟିଏ ଦେଇଥିଲା । ହେଲେ ରୋଗୀଣା ଦିବ୍ୟାଙ୍ଗ ପୁଅକୁ ଚିକିତ୍ସା କରାଇବା ପାଇଁ ସମ୍ବଳ ଦେଇନଥିଲା । ଗରିବୀର ଯାତନାରେ ଜର୍ଜରିତ ପରିବାରକୁ ସରକାରୀ ସହଯୋଗ କହିଲେ ଯାହା ଭତ୍ତା ଟିକେ ମିଳୁଥିଲା । ହେଲେ ୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ । ଶେଷରେ ମେଡିସିନ୍ ଅଭାବରୁ ଚାଲିଗଲା ଦିବ୍ୟାଙ୍ଗ ପୁଅର ଜୀବନ ।

ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ପରିତାପର ବିଷୟ ଯେ, ମୟୂରଭଞ୍ଜ କପ୍ତିପଦା ବ୍ଲକ ଝୀଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗ୍ରାମର ଏ ଘଟଣା କିନ୍ତୁ ସରକାରୀ ବିଧି ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମର ରମେଶ ଦେହୁରୀଙ୍କ ୧୧ ବର୍ଷୀୟ ନାବାଳକ ପୁଅର ଏମିତି ଦୁଃଖଦ ମୃତ୍ୟୁକୁ ନେଇ ସାହି ପଡିଶା ବି ମ୍ରିୟମାଣ ହୋଇପଡ଼ିଛନ୍ତି ।

Advertisment

ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ପଚାରି ବୁଝିବାକୁ ଆମେ ପହଂଚିଥିଲୁ କପ୍ତିପଦା ବିଡିଓଙ୍କ ନିକଟରେ । ବିଡିଓ ମହାଶୟ ପୁରା ଘଟଣା ଶୁଣିବା ପରେ ଏହାର ତଦନ୍ତ କରିବେ ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି । ତେବେ ଜଣେ ଦିବ୍ୟାଙ୍ଗ ନାବାଳକ ଭତ୍ତା ପାଇ ଆସୁଥିବା ବେଳେ କେଉଁ କାରଣରୁ ତାହାର ଭତ୍ତା ବନ୍ଦ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ।

Divyang
Advertisment
Advertisment