• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୁଣ୍ଡରେ ହାଣ୍ଡି, କାଖରେ ଗରା ଆଉ ହାତରେ ବାଲ୍ଟି । ଧାଡ଼ି ହୋଇ ଚାଲିଚାଲି ଯାଉଛନ୍ତି ଗାଁ ମହିଳାମାନେ । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ପାଣି ଆଣିବାକୁ ସେମାନେ ଯାଉଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି? ହେଲେ ସେ ଚିତ୍ର ପଛର କାହାଣୀ ଜାଣିଲେ ଆପଣ ବି ଚିନ୍ତିତ ହେବେ ଆଉ ପ୍ରଶ୍ନ କରିବେ ବସୁଧା ଯୋଜନା କଣ ସେଇଠି ବାଟବଣା?

ଅଧିକ ପଢ଼ନ୍ତୁ: ପିଇବା ପାଣି ପାଇଁ ଡହଳ ବିକଳ ସ୍ଥିତି, ନଳକୂପ ଥାଇ ବି ପାଣି ବାହାରୁନି

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ l ସରକାରୀ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟସରକାରଙ୍କ ମେଗା ପାନୀୟଜଳ ପ୍ରକଳ୍ପ ଯୋଜନାରେ ପ୍ରାୟ ଦେଢ ବର୍ଷ ହେଲା ବସ୍ତି ଭିତରେ ପାଇପ୍ ପୋତାଯାଇ ଟ୍ୟାପ୍ ଲାଗିଛି ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ପିଇବା ପାଣି ଲାଗି ନିଇତି ଏମାନେ ଏମିତି କରୁଛନ୍ତି ସଂଘର୍ଷ ।

ବାଙ୍କୀ କଲୋନୀ ବସ୍ତିଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଗୋଟିଏ ସୋଲାର ପମ୍ପ ଲାଗିଛି । ସେହି ପମ୍ପରୁ ପୂରା ପଂଚାୟତର ଲୋକେ ନେଉଛନ୍ତି ପାଣି । ଗାଁରେ ୨ଟି ନଳକୂପ ରହିଥିଲା ହେଲେ ତାହା ଏବେ ସଂପୂର୍ଣ୍ଣ ଅଚଳ । ତେଣୁ ଟାଣ ଖରାରେ ଏମିତି ରାସ୍ତାରେ ଚାଲିଚାଲି ପାଣି ଆଣୁଛନ୍ତି ଲୋକେ । ସେପଟେ ଲୋକଙ୍କ ପାଣି ସମସ୍ୟାକୁ ନେଇ ଅନ୍ଧାରି ଗ୍ରାମ ପଞ୍ଚାୟତ ସରପଂଚ କହୁଛନ୍ତି ଆମେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ । ଖୁବଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ହେବ ।

(ବୀରମିତ୍ରପୁରରୁ ରାକେଶ ସାହୁଙ୍କ ରିପୋର୍ଟ)