• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅନେକ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଅଣ୍ଡାକୁ ନେଇ ଏକ ସୁନ୍ଦର ଢଗ ମଧ୍ୟ ରହିଛି । କୁହାଯାଏ ‘ସଣ୍ଡେ ଔର ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’ । ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଭରପୁର ପ୍ରୋଟିନ୍‌ ମିଳିଥାଏ । ସେଥିପାଇଁ ସରକାରଙ୍କ ପକ୍ଷରୁ ସ୍କୁଲରେ ପିଲାମାନଙ୍କୁ ଅଣ୍ଡା ଖାଇବାକୁ ଦିଆଯାଇଥାଏ ।

ହେଲେ ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ । ଆସନ୍ତୁ ଜାଣିବା....

ଅଣ୍ଡା କିଣିବା ପୂର୍ବୁ ଏହି ୪ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ:

୧. ନକଲି ଅଣ୍ଡା ତିଆରି କରିବା ପାଇଁ ପ୍ଲାଷ୍ଟିକ ବ୍ୟବହାର କରାଯାଏ । ତେଣୁ ଏହାକୁ ଚିହ୍ନିବାରେ ଅପଣ ଟିକିଏ ଧୋକା ଖାଇଯାଇପାରନ୍ତି । ନକଲି ଅଣ୍ଡାକୁ ଚିହ୍ନିବାକୁ ହେଲେ, ଆପଣ ନିଆଁର ସାହାଯ୍ୟ ନେଇପାରିବେ । ନିଆଁରେ ଅଣ୍ଡାକୁ ଲଗାଇବା ଦ୍ୱାରା ଧୀରେ ଧୀରେ ଏହି ଅଣ୍ଡା ଜଳିବାକୁ ଲାଗିବ ଏବଂ ଏହା ଏକ ଭିନ୍ନ ଧରଣର ଗନ୍ଧ ହେବ ।

୨. ଅଣ୍ଡା ଯେତେବେଳେ କିଣୁଛନ୍ତି, ସେତେବେଳେ କେବେବି ତାର ସୁନ୍ଦରତା ପ୍ରତି ଆକୃଷ୍ଟ ହୁଅନ୍ତୁ ନାହିଁ । ଅର୍ଥାତ୍‌ ଇସତ୍‌ ଧଳା ଅଣ୍ଡା କିଣିବାକୁ ଆଗ୍ରହ ପ୍ରକାଶ କରନ୍ତୁନାହିଁ । କାରଣ ଅନେକ ଲୋକ ଭାବନ୍ତି ଯଦି ଅଣ୍ଡା ଚକଚକିଆ, ତେବେ ଏହା ଭଲ । ହେଲେ ପ୍ରକୃତରେ ନକଲି ଅଣ୍ଡା ଅସଲି ଅଣ୍ଡା ଅପେକ୍ଷା ଅଧିକ ସୁନ୍ଦର ଦିଶିଥାଏ । ତେଣୁ ଏହି କଥାକୁ ନିଶ୍ଚୟ ନଜର ରଖିବା ଆବଶ୍ୟକ ।

୩. ଯେବେ ବି ଆପଣ ମାର୍କେଟରୁ ଅଣ୍ଡା କିଣୁଛନ୍ତି ତା’କୁ ଯାଞ୍ଚ କରିନିଅନ୍ତୁ । ଅଣ୍ଡା କିଣିବା ସମୟରେ ଅଣ୍ଡାକୁ କାନ ନିକଟରେ ଥରେ ବଜାଇବାକୁ ଚେଷ୍ଟା କରନ୍ତୁ । ଯଦି ଅଣ୍ଡାଟି ଶବ୍ଦ ହୁଏ ତାହା ନକଲି ଅଣ୍ଡା ବୋଲି ଧରିନେବ । କାରଣ ଅସଲି ଅଣ୍ଡା କେବେ ବି ଶବ୍ଦ ହୋଇନଥାଏ ।

୪. ଶେଷରେ କହିବାକୁ ଚାହିଁବୁ, ଅଣ୍ଡା କିଣିବା ସମୟରେ ଯେବେ ଆପଣ ନିଜ ହାତରେ ଅଣ୍ଡାକୁ ଯଦି ସ୍ପର୍ଶ କରନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଅଣ୍ଡାଗୁଡ଼ିକ ଚିକ୍କଣ କି ଖଦଡ଼ । ବାସ୍ତବରେ, ଅଣ୍ଡା ଯାହା ଚିକ୍କଣ ଲାଗିବ ତାହା ଅସଲି ଅଣ୍ଡା । ନକଲି ଅଣ୍ଡା ସାମାନ୍ୟ ଖଦଡ଼ ହୋଇଥାଏ ।