• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୂରଣ ହେବ ରାଉରକେଲାବାସୀଙ୍କ ସ୍ୱପ୍ନ । ବେଦବ୍ୟାସ ପୀଠରେ ତିଆରି ହେବ ଓଡ଼ିଶାର ଦ୍ୱିତୀୟ ଝୁଲା ପୋଲ । ରାଉରକେଲାବାସୀଙ୍କ ବହୁଦିନର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି । ବିଜେଡି ସରକାର ଅମଳରେ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଶୁଣିନଥିଲେ ସରକାର । ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହି ଦାବି ପୂରଣ ହେବାକୁ ଯାଉଛି ।

ରାଉରକେଲା ସହରରେ ରହିଛି ତ୍ରିବେଣୀ ସଂଗମ । ଶଙ୍ଖ, କୋଏଲ ଓ ସରସ୍ୱତୀ ନଦୀ ମିଶିବା ଫଳରେ ଏହାକୁ ତ୍ରିବେଣୀ ସଂଗମର ଆଖ୍ୟା ମିଳିଛି । ଆଉ ବେଦବ୍ୟାସ ପୀଠରେ ରହିଛି ହଜାର ବର୍ଷ ପୁରୁଣା ଦୁଇ ଦୁଇଟି ଶୈବ ପୀଠ । ଖାଲି ଏତିକି ନୁହେଁ ବେଦବ୍ୟାସ ଗୁମ୍ପା ପାଇଁ ଏହି ପୀଠ ମଧ୍ୟ ବେଶ୍ ଜଣାଶୁଣା । ପୂର୍ବରୁ ୨୦୧୪ ମସିହାରେ ଦିଲ୍ଲୀପ ରାୟ ବିଧାୟକ ଥିବା ସମୟରେ ବେଦବ୍ୟାସ ପୀଠରେ ଏକ ଝୁଲା ପୋଲ ପାଇଁ ଅନୁରୋଧ କରିଥିଲେ ।

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ମଧ୍ୟ ଏଥିପାଇଁ ୯ କୋଟି ଟଙ୍କା ଅନୁଦାନ ଦେଇଥିଲେ । କିନ୍ତୁ ସେତେବେଳେ ରାଜ୍ୟ ସରକାରଙ୍କ ଅନିଚ୍ଛା ପାଇଁ ଟଙ୍କା ଫେରିଯାଇଥିଲା । କିନ୍ତୁ ଏବେ ରାଜ୍ୟ ସରକାର ଏଥିପାଇଁ ୮୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଝୁଲାପୋଲ ନିମାର୍ଣ ହେବ ବୋଲି କୁହାଯାଉଛି ।

ରାଜ୍ୟ ସରକାରଙ୍କ ଓ୍ୱାକର୍ସ ଡିପାର୍ଟମେଣ୍ଡ ଏଥିପାଇଁ ସବୁଜ ସଂକେତ ଦେଇଛି । ଖୁବଶୀଘ୍ର ଏନେଇ କାମ ଆରମ୍ଭ ହେବ । ବେଦବ୍ୟାସରେ ଝୁଲାପୋଲ କେଉଁ ସ୍ଥାନରେ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଏନେଇ ସରକାର ପକ୍ଷରୁ ଚିଠି ଆସି ସାରିଛି ବୋଲି କହିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ।

OTV is now on Whatsapp

Join and get latest news update delivered to you via whatsapp

Join Now