• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆକାଶ ଛୁଆଁ ପରିବା ଦର । ଅନେକ ପରିବା ଦର ଶହେ ପାଖାପାଖି । ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି । ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି । ବ୍ରହ୍ମପୁରରେ ବାଇଗଣ କିଲୋ ୮୦ ଟଙ୍କା, ବିନ୍ସ ୧୬୦, କାଙ୍କଡ଼ ୧୦୦ , ପୋଟଳ କିଲୋ ପିଛା ୭୦ ଟଙ୍କା ରହିଛି ।

ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଦର ମଧ୍ୟ ବେଶ ଉଚ୍ଚା ରହିଛି । ୟୁନିଟ ୧ ହାଟରେ ପୋଟଳ ୬୦, ବାଇଗଣ ୫୦, ଭେଣ୍ଡି ୭୦, ବିନ୍ସ ୧୮୦, ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି । ହାଟ ବଜାରକୁ ଗଲେ ଏକ ପ୍ରକାର କାନ୍ଦୁଛନ୍ତି ଗ୍ରାହକ । ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ ।

ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର । ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦର ବୃଦ୍ଧି ନେଇ ବିଭିନ୍ନ ବଜାର ଓ ମଣ୍ଡିରେ ଯାଂଚ କରାଯାଉଛି । ମୁନାଫାଖୋର୍ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବ୍ରହ୍ମପୁରରୁ ବାଲେଶ୍ୱର, ଭୁବନେଶ୍ୱରରୁ ରାଉରକେଲା । ସବୁଠି ତାଉ ଖାଉଛି ପରିବା ଦର । ୭୦, ୮୦ ଟଙ୍କା ତଳକୁ ଯେପରି ପରିବା ବଜାରରେ ମିଳୁ ହିଁ ନାହିଁ। ଏମିତି କି ରୋଷେଇ ଘରର ଅତି ଆବଶ୍ୟକ ସାମଗ୍ରୀ ଆଳୁ, ପିଆଜ ଓ ଟମାଟୋ ଦର ଅଧିକାଂଶ ସ୍ଥାନରେ ୪୦ ପାର କରିଛି । ପରିବା ବଜାରରେ ମହଙ୍ଗା ମାଡ଼ ସିଧାସଳଖ ଖାଉଟିଙ୍କ ପକେଟକୁ ବାଧୁଛି ।

ଦୈନିକ ପରିବା ବଜାରଠୁ ନେଇ ସାପ୍ତାହିକ ହାଟ, ସବୁଆଡ଼େ ଖାଁ ଖାଁ ସ୍ଥିତି । ଆଗରୁ କେଜିଏ ପରିବା ନେଉଥିବା ଲୋକେ ଅଧାକେଜି କିମ୍ବା ଅଢେଇଶ ଗ୍ରାମରେ କାମ ଚଳାଉଛନ୍ତି । ଏପଟେ ବ୍ୟବସାୟୀଙ୍କ କହିବା କଥା ବାହାର ରାଜ୍ୟରୁ ଆମଦାନୀ କମ ହେଉଥିବାରୁ ଦର ବୃଦ୍ଧି ହେଉଛି । ସେହିପରି ଆମ ରାଜ୍ୟରେ ନିଅଣ୍ଟିଆ ବର୍ଷା, ଅଭାବୀ ବିକ୍ରି, ଶୀତଳ ଭଣ୍ଡାର ସମସ୍ୟା ଚାଷୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now