/odishatv-khabar/media/post_attachments/uploadimage/library/16_9/16_9_0/Love_Story_1718362009.jpg)
Love Story
କୁହାଯାଏ, ପ୍ରେମ ସତ୍ୟ... ପ୍ରେମ ଶାଶ୍ଵତ... ଆଉ ପ୍ରେମ ଚିରନ୍ତର । ପ୍ରତ୍ୟେକଟି ମଣିଷର ଜୀବନରେ କେହି ନା କେହି ଆସିଥାଏ । ଯାହା ସହ ସେ ସୁଖର ସଂସାର କରେ, ଯାହା ସହ ପୂରା ଦୁନିଆ ସ୍ୱର୍ଗପୁରୀର ଅନୁଭବ କରାଏ । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମନ ସହ ମନ ମିଶିଛି ।
ପ୍ରେମ ବିବାହରେ ପରିଣତ ହୋଇଛି । ତେବେ ବିବାହ ଟିକେ ନିଆରା.. ଉଭୟ ବର ଆଉ କନ୍ୟା ଠିକ୍ ରେ କଥା ହୋଇପାରନ୍ତିନି । ପୁଅ ସୁଦୂର ରାଜସ୍ଥାନର ଆଉ ଝିଅ ଘର ସୁନ୍ଦରଗଡ ଜିଲ୍ଲାରେ । ଏମାନେ କେଉଁଠି ଦେଖା ବି ହୋଇନାହାନ୍ତି । ଯଦି ହୋଇଛି କେବଳ ଲେଖା ଲେଖାରେ ପ୍ରେମ । ଏଠି ଦୁଇ ପଦ ଲେଖା ଆଜି ଏମାନଙ୍କ ଜୀବନ ରେଖାକୁ ଯୋଡ଼ି ଦେଇଛି ।
ଫେସବୁକରୁ ଆରମ୍ଭ ହୋଇଥିଲା ଏହି ଦୁଇ ପ୍ରେମପକ୍ଷୀ ଦୟାଲ ଓ ବିରଜାଣି ପ୍ରେମ କାହାଣୀ । ପ୍ରଥମେ ଚାଟିଂ ଓ ପରେ ଭିଡିଓ କଲ କରି ଉଭୟ ନିଜ ହୃଦୟର ସ୍ପନ୍ଦନ ଶୁଣନ୍ତି । ନିଜ ଠରାଠରି ଭିତରେ ସାତଜନ୍ମର ସାଥୀ ହେବାକୁ କଥା ଦେଇଥିଲେ । ଆଉ ଏବେ ସତ ହୋଇଛି ।
ଉଭୟ ବର-କନ୍ୟାଙ୍କ ପରିବାର ପକ୍ଷରୁ ସହମତି ମିଳିବା ପରେ ରାଉରକେଲା ସହର ରେ ଥିବା ପବିତ୍ର ସ୍ଥାନ ବେଦବ୍ୟାସ ମନ୍ଦିରରେ ସେମାନଙ୍କ ହାତ ଗଣ୍ଠି ପଡ଼ିଛି । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ହୁଳହୁଳିର କୋଳାହଳ ଭିତରେ ଭଗବାନଙ୍କୁ ସାକ୍ଷୀ ରଖି ସାତଜନମର ସାଥୀ ହୋଇଛନ୍ତି ଉଭୟ ।
ଉଭୟଙ୍କ ପ୍ରେମ କାହାଣୀ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଉଭୟଙ୍କ ଏ ନିରୀହ ଆଖି ଯେମିତି ଏ ସମାଜକୁ ପ୍ରେମର ସଠିକ୍ ପରିଭାଷା ଶିଖାଇ ଦେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)