• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଉରକେଲାରେ ଉତ୍ତେଜନା । ରାଉରକେଲା ଗୋପବନ୍ଧୁପାଲି ହାଇସ୍କୁଲରେ ଗଣ୍ଡଗୋଳ ହୋଇଥିବା ଖବର ଆସୁଛି । ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ବୁଥ୍‌ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରିଥିଲେ ସାଧାରଣ ଲୋକେ । ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ଘଟଣାସ୍ଥଳରେ ନେଇ ପାଟିତୁଣ୍ଡ, ଉତ୍ତେଜନା ହୋଇଥିଲା । ବୁଥ୍‌ରେ ଉତ୍ତେଜନା ପରେ ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍‌ରେ ମୁତୟନ ଥିବା ପୋଲିସ କର୍ମଚାରୀ । ତେବେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ । ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

ସେପଟେ ଆଜି ବରଗଡ଼ରେ ନିର୍ବାଚନ ବେଳେ ହିଂସାକାଣ୍ଡ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ୩୫ ବର୍ଷୀୟ ବିଶ୍ୱନାଥ ମିର୍ଦ୍ଧା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ ବିଶ୍ୱନାଥ । ଭୋଟ୍ ପାଇଁ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ଗାଁ ମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବରଗଡ଼ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବରଗଡ଼ ଏସପି, ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଖୋଳତାଡ଼ କରିଛନ୍ତି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା । ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ । ବୁଥ୍‌ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ତୁରୁମ ପଞ୍ଚାୟତ ବେରୁଆଁବାଡ଼ି ଗାଁର ୪୭ ନଂ ବୁଥରେ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀ ଅଟକାଇବା ବେଳେ ହାତାହାତି ଓ ଧସ୍ତାଧସ୍ତି ହୋଇଛନ୍ତି । ତେବେ ଖବର ପାଇବା ପରେ ତାରାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା ବିଜେପି କର୍ମୀଙ୍କ ମୁଣ୍ଡ

OTV is now on Whatsapp

Join and get latest news update delivered to you via whatsapp

Join Now