Advertisment

‘ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ’

ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Amit Shah Slams Odisha BJD Govt

Amit Shah

ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ରାଉରକେଲାରେ ପହଞ୍ଚିବା ପରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଶାହ । ସେ କହିଛନ୍ତି ‘ପ୍ରଥମ ୪ ପର୍ଯ୍ୟାୟରେ ମୋଦିଜୀ ୨୭୦ ସିଟ୍‌ ଟପିଗଲେଣି। ଏଥର ମୋଦିଜୀ ୪ ଶହ ପାର୍‌ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ। ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ଓଡ଼ିଶାରେ ବିଜେପି ୧୫ରୁ ଅଧିକ ଲୋକସଭା ଓ ୭୫ରୁ ଅଧିକ ବିଧାନସଭା ଜିତିବ। ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ଶାହ ।

Advertisment

ସେହିପରି ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି, ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ ମୋଦି କରିଛନ୍ତି। କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନି । କିନ୍ତୁ ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି । ସେହିପରି ଚଳିତ ନିର୍ବାଚନ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ। ଓଡ଼ିଶାର ଶାସନ କେଉଁଥିରେ ଓଡ଼ିଆରେ ନା ତାମିଲରେ ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶାହ । ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ଶାହ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ସବୁ ଦ୍ୱାର ଖୋଲା ଯାଉନାହିଁ। ପରିକ୍ରମା ନାଁରେ ଏହାକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ । ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି ? ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହ କହିଛନ୍ତି ।

ଅଧିକ ପଢ଼ନ୍ତୁ: ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡ଼ିବ’

ସେହିପରି ରାଉରକେଲାରେ ଚାଷୀଙ୍କ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି। ବିଜେପି ସରକାର ଆସିଲେ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ। ମୋଦିଜୀ ପ୍ରତି ବ୍ୟକ୍ତିଙ୍କୁ ୫ କେଜି ଚାଉଳ ଦେଉଛନ୍ତି । କିନ୍ତୁ ନବୀନ ବାବୁ ଉକ୍ତ ଚାଉଳକୁ ନିଜ ବ୍ୟାଗ୍‌ରେ ଭର୍ତ୍ତି କରି ଦେଉଛନ୍ତି। ଲୋକ ବ୍ୟାଗ୍‌ ଖାଇବେନି, ହିମ୍ମତ ଅଛି ତ ଆଉ ୨ କେଜି ଚାଉଳ ଦିଅ ବୋଲି କହିଛନ୍ତି ଅମିତ ଶାହ । ନବୀନ ବାବୁଙ୍କ ଶାସନକୁ ଅଫିସର ଚଳାଉଛନ୍ତି। ଏଠି କ’ଣ ନେତା ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ହଡ଼ପ କରାଯାଉଛି । ନବୀନ ବାବୁ ଓଡ଼ିଶାର ଉନ୍ନତି କରିପାରିବେନି । ଓଡ଼ିଶାର ଉନ୍ନତି ପାଇଁ ଡବଲ ଇଂଜିନ ସରକାର ଦରକାର ବୋଲି କହିଛନ୍ତି ଶାହ ।

Advertisment
Amit Shah BJP Odisha Election General Elections 2024
Advertisment
Advertisment