Advertisment

୨୫ ବର୍ଷର ସ୍ଥିର ସରକାର...ମୁଖ୍ୟମନ୍ତ୍ରୀ ପଚାରିଲେ ନବୀନ ପଟ୍ଟନାୟକ ଭଲ କି...

ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କ ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Is Naveen Patnaik Good Or Bad: CM

Odisha Politics

ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ରାଉରକେଲା ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସୁନ୍ଦରଗଡ଼ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଞ୍ଚି ପ୍ରଚାର କରିଛନ୍ତି । ରାଉଉକେଲା ପରେ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେବେ ନବୀନ । ଏହାପରେ ସମ୍ବଲପୁର ଲୋକସଭା କ୍ଷେତ୍ରର ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Advertisment

କିନ୍ତୁ ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କର ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି । ୨୫ ବର୍ଷର ନିରବଚ୍ଛିନ୍ନ ସ୍ଥିର ସରକାର। ଏହା ସତ୍ତ୍ୱେ ସରକାରର ସ୍ଥିତି ଓ ଅସ୍ତିତ୍ୱକୁ ନେଇ ସନ୍ଦିହାନ ଥିବା ପରି ମନେ ହେଉଛି । ରାଉରକେଲାର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଜନ ସାଧାରଣଙ୍କୁ ଏହାର ଉତ୍ତର ମାଗିବା ଏଭଳି କିଛି ସଂକେତ ଦେଉଛି। 

ଅଧିକ ପଢ଼ନ୍ତୁ: ନବୀନଙ୍କର ଏଠି ଦରକାର ନାହିଁ, ଲୋକେ ତାଙ୍କୁ ଟାଟା, ବାଏ-ବାଏ କହିଲେଣି: ଅମିତ୍ ଶାହ

Advertisment

ରାଉରକେଲା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ..ନବୀନ ପଟ୍ଟନାୟକ ଭଲ କି ?#NaveenPatnaik#Rourkela#Odisha#OTVpic.twitter.com/HRoMKyBPfs

ବିଜୁ ଜନତା ଦଳର ଲୋକପ୍ରିୟ ଯୋଜନାକୁ ନେଇ ପ୍ରଥମେ ସାଧାରଣ ସଭାରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାଠାରୁ ଆରମ୍ଭ କରି BSKY କାର୍ଡ ପର୍ଯ୍ୟନ୍ତ ସମସ୍ତ ଯୋଜନାର ସଫଳତା ନେଇ ଲୋକଙ୍କୁ ପଚାରିଥିଲେ । ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫T ସ୍କୁଲ୍, ମଧୁବାବୁ ପେନସନ ଯୋଜନା ଆଦି ଦଳୀୟ ଯୋଜନାର ଲୋକପ୍ରିୟତା ନେଇ ଜନ ସାଧାରଣଙ୍କୁ ପ୍ରଶ୍ନ ପଚାରିଥିଲେ ।

ଏହା ପରେ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ନବୀନ ପଟ୍ଟନାୟକ ଭଲ କି... ଶଙ୍ଖ ଚିହ୍ନ ଭଲ କି ...। ୨୫ ବର୍ଷର ଶାସନ ପରେ ମଧ୍ୟ ଲୋକଙ୍କୁ ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିବା କି ସଂକେତ ଦେଉଛି ତାକୁ ନେଇ ପ୍ରଶ୍ନ ଉଠିଛି।  ମୁଖ୍ୟମନ୍ତ୍ରୀ  ଜୁଲାଇରୁ ମାଗଣା ବିଜୁଳି ମିଳିବା ଉପରେ କହିଥିଲେ, ଏହି ବିଜୁଳି କେବଳ ବିଜେଡି ସରକାର ହିଁ ଦେଇପାରିବ । ଏହି ସବୁ ଯୋଜନାକୁ ନେଇ ଆପଣମାନେ ଖୁସି କି ହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି । ଅଯଥାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: ଚମ୍ପୁଆ BJD ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଜୋତାମାଳ..ଭିଡିଓ ଭାଇରାଲ

Naveen Patnaik BJD CM Naveen Patnaik Odisha Politics General Elections 2024
Advertisment
Advertisment