• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ପଦ୍ମନାଭନ୍ ମୁଖି ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ଡାକ୍ତର ଆଶଙ୍କା କରି ନିଜ ହେପାଜତକୁ ନେଇ ଖୋଳତାଡ଼ କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ନିଜ ନାଁ ଆଗରେ ଡକ୍ଟର ଉପାଧି ଲେଖୁଥିବା ପଦ୍ମନାଭନ ମୁଖି ୨୦୧୯ରେ ନୂଆ ଗାଁ ବ୍ଲକରେ ବି ନକଲି ସାର୍ଟିଫିକେଟ ଦେଇ ରୋଗୀସେବା ଜାରି ରଖିଥିଲେ ।

କିନ୍ତୁ ଲୋକଙ୍କ ଅଭିଯୋଗ ପରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହାର କିଛି ବର୍ଷ ଜେଲରୁ ବାହାରି ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ସେବା କରୁଥିଲେ । ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ରାଉରକେଲା ସରକାରୀ ଡାକ୍ତରଖାନାରେ କାମ କରୁଥିଲେ ବୋଲି ଅଭିଯୋଗ ହୋଇଛି।

ପଢନ୍ତୁ ଏହି ଖବର: ଲୁଟେରାଙ୍କ ଉପରେ ନଜର, ରାଜଧାନୀର ବିଭିନ୍ନ ଅଞ୍ଚଳରେ କଡ଼ା ଚେକିଂ

ତେବେ ପଦ୍ମନାଭନ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିବା ପରେ ଏବେ ସବୁ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ରଘୁନାଥପାଲ୍ଲୀ ପୋଲିସ ପଦ୍ମନାଭନଙ୍କୁ ଥାନାରେ ରଖି ପଚରାଉଚରା କରୁଛି । ତେବେ ଏନେଇ ପଦ୍ମନାଭନ, ପୋଲିସ କିମ୍ବା ରାଉରକେଲା ସରକାରୀ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ୭ ମାସ ଧରି ରାହି କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଆଉଟ ସୋର୍ସିଂ ସଂସ୍ଥା ଜରିଆରେ ରାଉରକେଲା ସରକାରୀ ହସ୍ପିଟାଲରେ କାମ କରୁଥିଲେ ବୋଲି କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ । ଏହାପରେ ସଂପୃକ୍ତ ସଂସ୍ଥା ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ କହିଛନ୍ତି । ଏନେଇ ସଂସ୍ଥା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now