Advertisment

ପାନପୋଷ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣରେ ହୋଇଛି କି ଅର୍ଥ ହେରଫେର୍?

ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍।

author-image
Manoranjan Behera
Construction Work

Construction Work

ରାଉରକେଲା ପାନପୋଷ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ ଘର ଆଲଟମେଣ୍ଟ ହେଉ ହେଉ ଦେଖାଦେଲାଣି ସମସ୍ୟା। କେଉଁଠି ଘରର ଛାତ ଫାଠି ଆଁ କଲାଣି ତ ପୁଣି ବର୍ଷା ପାଣି ଦୋକାନ ଘରେ ପଶିଲାଣି। ଅସୁବିଧା ଭିତରେ ଜୁଝି ହେଉଛନ୍ତି ଦୋକାନ ଘର ପାଇଥିବା ବ୍ୟବସାୟୀ। କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍। ୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାର୍କେଟକୁ ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣରେ ପ୍ରାୟ ୪ ବର୍ଷ ସମୟ ଲାଗିଥିଲା।

ଗତ ମେ' ମାସ ପ୍ରଥମ ସପ୍ତାହରେ ଦୋକାନ ଆଲଟମେଣ୍ଟ ହେଲା। ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ସମସ୍ୟା। ପୁରା ବଜାରର ଘର କାନ୍ଥ, ଛାତ ଫାଟି ଆଁ କରିଛି। ସାମାନ୍ୟ ବର୍ଷାରେ ହେଲେ ଦୋକାନ ଆଗରେ ପାଣି ଜମୁଛି। ଗ୍ରାହକଙ୍କ ଯାତାୟତ ପାଇଁ ଆବଶ୍ୟକ ଜାଗା ନଥିବାରୁ ବହୁ ସମସ୍ୟା ଉପୁଜୁଛି। ପିଇବା ପାଣି କିମ୍ବା ବସିବା ପାଇଁ ବଜାରରେ କୌଣସି ବ୍ୟବସ୍ଥା ନାହିଁ। ବଜାରର କେବଳ ତଳ ଫ୍ଲୋରରେ ଦୋକାନ ଖୋଲିଛି। ପ୍ରଥମ ଓ ଦ୍ୱିତୀୟ ମହଲା ଏବେ ବି ଫାଙ୍କା ରହିଛି। ମାର୍କେଟ୍ ଗୃହ ନିର୍ମାଣରେ ସରକାରୀ ଅର୍ଥ ହେରଫେର ହୋଇଥିବା ଗନ୍ଧ ବାରିଛନ୍ତି ବ୍ୟବସାୟୀ।

Advertisment

ଦୋକାନୀଙ୍କ ଅସୁବିଧା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା ମହାନଗର ନିଗମ କମିଶନର। ସେ କହିଛନ୍ତି, ବ୍ୟବସାୟୀଙ୍କ ଅସୁବିଧା ନେଇ ସେ ଅବଗତ ଅଛନ୍ତି। ଖୁବ କମ୍‌ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ। ତେବେ ଏଠି ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାର୍କେଟ୍ କମ୍ପ୍ଲେକ୍ସର ଏଭଳି ସମସ୍ୟା ପାଇଁ ଦାୟୀ କିଏ। ସରକାରୀ ଅର୍ଥ ବାଟମାରଣା ଅଭିଯୋଗର କେତେ ସତ୍ୟତା ରହିଛି। ଏହାର ତଦନ୍ତ ହେବା ଆବଶ୍ୟକ।

Locals Allege Massive Irregularities
Advertisment
Advertisment