/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684560761.jpg)
Mo Bus catches fire
ମୋ ବସ୍ରେ ଲାଗିଲା ନିଆଁ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଏକ ମୋ ବସ୍ରେ ନିଆଁ ଲାଗିଯାଇଛି । ବେଦବ୍ୟାସ ନିକଟ ଟିସିଆଇ ଛକରେ ଏହି ଅଘଟଣ ଘଟିଛି । ସୌଭାଗ୍ୟବଶତଃ ବସ୍ରେ ଥିବା ଯାତ୍ରୀମାନେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା ।
ମୋ ବସ୍ରେ ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଁ ଲାଗିଥିବା କୁହାଯାଉଛି । ପ୍ରଥମେ ବସ୍ରେ ଧୀରେ ଧୀରେ ନିଆଁ ଲାଗିଥିଲା । ପରେ ପୂରା ବସ୍ ନିଆଁର ଆଁକୁ ଚାଲିଯାଇଥିଲା । ଫଳରା ହୁତୁ ହୁତୁ ହୋଇ ଜଳିବାରେ ଲାଗିଲା । ଖରା ଦିନରେ ବିଚ୍ ରାସ୍ତାରେ ବସ୍ ଜଳୁଥିବା ଦେଖି ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ପଡ଼ିଥିଲେ ।
ତେବେ ବସ୍ରେ ଥିବା ଯାତ୍ରୀ ଓ ବସ୍ କର୍ମଚାରୀ କୌଣସି ଅଘଟଣ ପୂର୍ବରୁ ଓହ୍ଲାଇ ଯାଇଥିଲେ । ଏଥିରେ କୌଣସି ପ୍ରକାର ମୃତାହତ ସୂଚନା ନାହିଁ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ଆଉ ସେଠାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି କର୍ମଚାରୀ । ତେବେ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)