ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।
ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମ ନିର୍ମାଣର ମାସ ୬ଟା ଭିତରେ ନଷ୍ଟ ହେବାକୁ ବସିଲାଣି ଏକାଧିକ ସୌନ୍ଦର୍ଯ୍ୟକରଣ କାମ ।
ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?