Advertisment

ରଙ୍ଗହୀନ ହେଲାଣି ହକି ବିଶ୍ୱକପ୍ ବେଳର ସବୁଜିମା

ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ।

author-image
Chandan Shishu
Smart City Rourkela losing its beauty fast

Smart City Rourkela losing its beauty fast

ବିଶ୍ୱସ୍ତରୀୟ ସ୍ମାର୍ଟସିଟି ପୁରସ୍କାରପ୍ରାପ୍ତ ରାଉରକେଲା ଏବେ ହରାଇ ବସିଛି ଏହାର ସୌନ୍ଦର୍ଯ୍ୟ। ହକି ବିଶ୍ବକପ୍ ବେଳର ଚକଚକିଆ ପ୍ରକଳ୍ପ, ରାସ୍ତାଘାଟ, ସବୁଜିମା ନଷ୍ଟ ହେବା ଏବେ ଷ୍ଟିଲସିଟିବାସୀଙ୍କ ମନକୁ ଭାଙ୍ଗିଦେଇଛି। କେବଳ ଯେ, ରଙ୍ଗ ଛାଡ଼ିଯାଉଛି ତା ନୁହଁ, ବରଂ ସ୍ମାର୍ଟସିଟି ମାନ ବି ଖସିଛି। ଅବସ୍ଥା ଦେଖିଲେ ଲାଗୁଛି, ରେକର୍ଡ ନିଶାର ମୋହରେ ରାଜ୍ୟ ସରକାରଙ୍କ ଦ୍ବାରା ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ସତେ ଯେମିତି ପାଣିରେ ପଡ଼ିଛି। 

Advertisment

ଆଉ କେତେ ବା ଧୈର୍ଯ୍ୟ ଧରିବେ ରାଉରକେଲାବାସୀ...ଆଉ କେତେ ବା ଦାୟିତ୍ୱହୀନ ସରକାରୀ ବ୍ୟବସ୍ଥାକୁ ବରଦାସ୍ତ କରିବେ... ଶେଷରେ ମୁହଁ ଖୋଲିଛନ୍ତି ସହରବାସୀ। ରାଉରକେଲା ସହରକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଏବଂ ହକି ବିଶ୍ବକପ୍ ସମୟରେ ଛିଡ଼ା ହୋଇଥିବା ଆଖି ଝଲସା ପ୍ରକଳ୍ପଗୁଡ଼ିକ ଏବେ ଝାଉଁଳି ପଡ଼ିଲାଣି। ସହରର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଲଗାଯାଇଥିବା ଗଛଲତା ଦେଖାଶୁଣା ଅଭାବରୁ କେଉଁ ଗଛ ମାଟିରେ ଲୋଟୁଛି ତ ଆଉ କେଉଁ ଗଛର ପତ୍ର ଝଡ଼ି ଝାଉଁଳିଗଲାଣି।

ଏହି ପାଇନ ଗଛ ପିଛା ପ୍ରାୟ ହଜାରେ ଟଙ୍କା ଖର୍ଚ୍ଚ କରି ଲଗାଯାଇଥିଲା। ଏଭଳି ଭାବେ ଆସିଥିଲା ପ୍ରାୟ ୩୦ ହଜାର ଗଛ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ, ୬ ମାସ ବି ଗଲାନି। ବିର୍ସାମୁଣ୍ଡା ଛକରୁ ଆରଏମସି ଛକ ଏଭଳି ଅବସ୍ଥାକୁ ଚାଲିଆସିଛି ସହରର ସୌନ୍ଦର୍ଯ୍ୟକରଣପ୍ରକଳ୍ପ ସବୁ। ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। 

Advertisment

କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ଯୋଜନା ହେଉ କିମ୍ବା ଜିଲ୍ଲା ଖଣିଜ ପାଣ୍ଠି। ହକି ବିଶ୍ୱକପ ସମୟରେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିଲା ଏକାଧିକ ପ୍ରକଳ୍ପ। କିନ୍ତୁ କେବେ ଏକ ନମ୍ବର ହକି ଷ୍ଟାଡିୟମରୁ ପାଣି ଗଳୁଛି ତ ପୁଣି କେବେ ହକି ଷ୍ଟାଚ୍ୟୁ ଗଳିପଡୁଛି। ଯାହାର ଦୃଶ୍ୟ ସବୁ ପୂର୍ବରୁ ଆପଣମାନେ ଦେଖିସାରିଛନ୍ତି। ଆଉ ଏବେ ବୃକ୍ଷରାଜିଗୁଡ଼ିକ ଉଜୁଡ଼ି ଯାଉଥିବାବେଳେ ପାନପୋଷ ଛକରୁ ଉଦିତ ନଗର ଛକ ଯାଏଁ ଭଙ୍ଗା ଗଛକୁ ଉପାଡି ନୂଆ ଗଛ ଲଗାଯାଉଛି। ରାଉରକେଲା ସ୍ମାର୍ଟସିଟି ସିଇଓ ତଥା ଆରଏମସି କମିଶନରଙ୍କ କହିବା କଥା, ବର୍ଷା ପବନ ଯୋଗୁ କିଛି ଗଛ ଭାଙ୍ଗି ମରିଯାଇଛି। ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି। 

Smart City
Advertisment
Advertisment