Advertisment

ଆସନ୍ତା ୨୪ରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌।

author-image
Rajalaxmi Sahoo
Vande Bharat Express

Vande Bharat Express

ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏ ନେଇ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

Advertisment

ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଏହା ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡିବାକୁ ଥିବାବେଳେ ଅପରାହ୍ଣ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ।

ସେହପରି ଫେରିବା ମାର୍ଗରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ିବ ଓ ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ରହଣି କରିବ।

Advertisment

ସୂଚନାଥାଉ କି, ଗତକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଥିଲା। ଏହି ସେମି ହାଇସ୍ପିଡ୍ ଟ୍ରେନ୍‌ରେ ୮ଟି କୋଚ୍ ରହିଛି।ମେ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡ୍‌ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା। 

Vande Bharat Express
Advertisment
Advertisment