• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁଇଦିନ ଧରି ସାମାନ୍ୟ ଆଶ୍ୱସ୍ତି ପରେ ଆଜି ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ପୁଣି ସିଝିଛି ଉପକୂଳ ଓ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଯେମିତି ନିଆଁ ବର୍ଷା । ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି । ଆଉ ରାଜଧାନୀ ଭୁବନେଶ୍ୱରରେ ୪୨ ଡିଗ୍ରୀ ଟପିଛି ପାରଦ ।

ହୀରାକୁଦରେ ୪୪.୧, ସୁନ୍ଦରଗଡ଼ରେ ୪୪, ସମ୍ବଲପୁରରେ ୪୩.୯, ସୋନପୁର ୪୩.୮, ରାଉରକେଲା ୪୩.୨ ଡିଗ୍ରୀ, ବାରିପଦା ୪୩.୨, ତାଳଚେର ୪୩, ବୌଦ୍ଧ ୪୨.୯ ଡିଗ୍ରୀ ଓ କଟକରେ ୪୧.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।