Advertisment

ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର ପ୍ରତିବାଦ, ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳାଙ୍କ ଆନ୍ଦୋଳନ

ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

author-image
Manoranjan Behera
Assistant Collector

Assistant Collector

ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଏଡିଏମଙ୍କ ଅଫିସ ଘେରାଉ । ଶହ ଶହ ଆଦିବାସୀ ମହିଳା ଆଜି ଏଡିଏମଙ୍କ ଅଫିସ ଘେରାଉ କରିଛନ୍ତି । ସପ୍ତାହେ ହୋଇଥିଲେ ମଧ୍ୟ ଏହି ଘଟଣାରେ ପୋଲିସର ହାତ ଖାଲି ଅଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ସଂପର୍କରେ କିଛି ସ୍ପଷ୍ଟ ହୋଇପାରୁନାହିଁ । ତେଣୁ ଆଦିବାସୀ ମହିଳାମାନେ ସିବିଆଇ ତଦନ୍ତ ଦାବି କରି ଏଡିଏମଙ୍କ ଅଫିସ ଘେରାଉ କରିଛନ୍ତି ।

Advertisment

ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେପଟେ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି ବୋଲି କହିଛନ୍ତି ରାଉରକେଲା ଡିଏସପି ଅନିଲ କୁମାର ପ୍ରଧାନ।

Odisha Rourkela Assistant Collector
Advertisment
Advertisment