• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖାଲି ହକି କି ଫୁଟବଲ ପାଇଁ ନୁହେଁ ବରଂ ଏବେ କାୟାକିଂ ପାଇଁ ବେଶ୍‌ ଚର୍ଚ୍ଚାରେ ରାଉରକେଲା । କାରଣ ଏହି ଖେଳ ଲାଗି ପିଲାଙ୍କୁ ଦିଆଗଲାଣି ଟ୍ରେନିଂ । ଆଗାମୀ ଦିନରେ କେମିତି ପିଲାମାନେ ଟ୍ରେନିଂ ନେବେ? କେମିତି ମେଡାଲ ଜିତିବେ ସେନେଇ ମହାନଗର ନିଗମ ପକ୍ଷରୁ କରାଯାଉଛି ପ୍ରୟାସ ।

ରାଉରକେଲାର ଦୃଶ୍ୟ ଦେଖିଲେ ଲାଗିବ ପୁରୀ କି ଗୋଆର ଦୃଶ୍ୟ ବୋଲି । ହେଲେ ରାଉରକେଲାରେ ଏବେ ପିଲଙ୍କୁ ଦିଆଯାଉଛି ଟ୍ରେନିଂ । ଯେଉଁଠି ଯୁବତୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଟ୍ରେନିଂ ପାଇବା ପରେ ଆଦିବାସୀ ଝିଅମାନେ ବେଶ୍‌ ଭଲରେ ଚଳାଉଛନ୍ତି କାୟାକିଂ ।

କାୟାକିଂ ହେଉଛି ଏକ ଦୁଃସାହିକ ଖେଳ । ଟ୍ରେନିଂ ନେବା ପରେ ଖେଳାଳିମାନେ ଆଗାମୀ ଦିନରେ କାୟାକିଂ ପ୍ରତିଯୋଗିତାରେ ଭାଗ ନେବାକୁ ସ୍ଥିର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪ ଝିଅଙ୍କୁ ଏଥିପାଇଁ ବଛା ଯାଇଛି । ସେହିପରି  ସହରର ବାଲୁଘାଟ ଅଞ୍ଚଳର ନାରାୟଣ ମୁଣ୍ଡା ଭାରତ ପାଇଁ ୱିଣ୍ଡ ସର୍ଫିଙ୍ଗ୍‌ରେ ୫ଟି ମେଡାଲ ମଧ୍ୟ ଆଣିଛନ୍ତି । ତେଣୁ ଆଗକୁ ଆହୁରି ଆଣିବାର ଆଶା ରହିଛି ।

ରାଉରକେଲା ଡିଏଭି ପଣ୍ଡରେ ଆଗାମୀ ଅଲମ୍ପିକ ପାଇଁ ପ୍ରତିଯୋଗୀଙ୍କୁ ଦିଆଯାଉଛି ତାଲିମ୍‌ । କେବଳ କାୟାକିଂ ପାଇଁ ନୁହେଁ ବରଂ ୱିଣ୍ଡ ସର୍ଫିଙ୍ଗ୍‌, ଇଣ୍ଟର ପ୍ରାଇଜ ଭଳି ଖେଳ ଲାଗି ଦିଆଯାଉଛି ତାଲିମ୍‌ । ଆଉ ଏବେ ରାଉରକେଲାକୁ ସମୁଦ୍ର ବୁଡାଳୀ ସବିର ବକ୍ସ ଆସିଛନ୍ତି । ତାଙ୍କ ଉଦ୍ୟମରେ ଏବେ ପିଲାଙ୍କୁ କରାଯାଉଛି ଟ୍ରେଣ୍ଡ । ମୋଟ୍‌ ଉପରେ ପିଲାମାନେ କେମିତି ଭଲରେ ଟ୍ରେନିଂ ପାଇବେ ସେନେଇ ଦିଆଯାଉଛି ସ୍ୱତନ୍ତ୍ର ତାଲିମ୍‌ ।

କେବଳ ଏତିକି ନୁହେଁ ବରଂ ଟ୍ରେନିଂ ସହିତ ବୋଟିଂର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା କିଛି ପିଲାଙ୍କୁ ରୋଜଗାର ମଧ୍ୟ ମିଳୁଛି । ଆଉ ଆଗାମୀ ଅଲମ୍ପିକରେ କେମିତି ମେଡାଲ ଆସିବ ସେନେଇ କରାଯ।ଉଛି ବଡ଼ ପ୍ରୟାସ ।

 

  • Reported by:
  • PAWAN TIWARI