Advertisment

ଭୁବନେଶ୍ୱର-ରାଉରକେଲା ବିମାନ ସେବାରେ ଲାଗିବ କି ବ୍ରେକ୍ ?ସପ୍ତାହେ ହେଲା କ୍ରମାଗତ ବାତିଲ ହେଉଛି ଫ୍ଲାଇଟ୍

ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ।...

author-image
Prangyan Parimita
ଅଦ୍ୟତନ ହୋଇଛି
Rourkela-Bhubaneswar Flight Service

Rourkela-Bhubaneswar Flight Service

ରାଉରକେଲାକୁ ବନ୍ଦ ହୋଇଯିବ କି ଯାତ୍ରୀବାହୀ ବିମାନ ସେବା ? ହକି ବିଶ୍ୱକପ୍ ବେଳେ ୬ ମାସ ତଳର ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହେବନି ତ ? ଏବେ ସ୍ଥାନୀୟ ଲୋକେ ଏମିତି ଆଶଙ୍କା କଲେଣି। କାରଣ ବର୍ଷା ଋତୁ ଆରମ୍ଭରୁ ରାଉରକେଲା ବିମାନବନ୍ଦରରେ ବାରମ୍ବାର ବିମାନସେବା ବାତିଲ୍ ହେଉଥିବାବେଳେ ଗତ ସପ୍ତାହେ ହେଲା ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବାରେ ଦେଖାଦେଇଛି ସାଂଘାତିକ ଅନିୟମିତତା। ଆରମ୍ଭରୁ ୭୦ ପ୍ରତିଶତ ଯାତ୍ରୀ ଯାତାୟାତ କରୁଥିଲେ, ଏବେ ସେହି ସଂଖ୍ୟା ୩୦ ପ୍ରତିଶତକୁ ଖସିଆସିଛି। ବାରମ୍ବାର ବିମାନ ବାତିଲ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

Advertisment

ହକି ବିଶ୍ୱକପକୁ ଦେଖି ଗତ ଜାନୁୟାରୀ ୫ରେ ଉଡାନ୍ ସ୍କିମରେ ରାଉରକେଲା ସହରକୁ ପ୍ରଥମ କରି ଆରମ୍ଭ ହୋଇଥିଲା ଯାତ୍ରୀବାହୀ ବିମାନ ସେବା। କିନ୍ତୁ ଗତ ସପ୍ତାହେ ହେଲା କ୍ରମାଗତ ଭାବେ ବାତିଲ୍ ହେବାରେ ଲାଗିଛି ବିମାନ। ରାତିରେ ବିମାନ ଅବତରଣ ସୁବିଧା ନଥିବାରୁ ଏବଂ ଇନ୍ଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ ତଥା ILS ଭଳି ଭିତ୍ତିଭୂମି ବିକଶିତ ହୋଇନଥିବାରୁ ବିମାନ ସେବାର ଭବିଷ୍ୟତକୁ ନେଇ ଦେଖାଦେଇଛି ଆଶଙ୍କା।

କେବଳ ରାଉରକେଲା ନୁହଁ, କୋରାପୁଟ ଜିଲ୍ଲା ଜୟପୁରକୁ ବି ଉଡ଼ାନ୍ ଯୋଜନା ଅନ୍ତର୍ଗତ ବିମାନସେବା ପ୍ରଭାବିତ ହୋଇଛି। ସପ୍ତାହକୁ କେବଳ ୩ ଦିନ ଚାଲୁଛି ଚଳିତ ମାସ ୧ ତାରିଖରୁ । ଆସନ୍ତା ୨୩ ତାରିଖ ପରେ ନିୟମିତ ଚାଲିବ ବୋଲି ଜୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ରାଉରକେଲା ଓ ଜୟପୁର ବିମାନବନ୍ଦରରେ ବିମାନସେବାରେ ଏଭଳି ଅନିୟମିତତାକୁ ଦେଖି ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢୀ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି, ଉଭୟ ରାଉରକେଲା ଓ ଜୟପୁର ବିମାନବନ୍ଦର ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ୍ ସମେତ, ଆବଶ୍ୟକୀୟ ଜମି ଏବଂ ନାଇଟ୍ ଲ୍ୟାଣ୍ଡି ଫାସିଲିଟି ସକାଶେ ଏକ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ-DPR ପ୍ରସ୍ତୁତ କରାଯାଉ। ତେବେ ଏନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Bhubaneswar Rourkela Flight
Advertisment
Advertisment