• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେପି ମହିଳା ମୋର୍ଚ୍ଚା ଓ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷ୍ୟରୁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ବନ୍ଦ l ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡାକରା ଦେଇଛି ଦଳ I ରାଉରକେଲା ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତ୍ ନଗର ଥାନାରେ ଏଏସ୍ଆଇ ଅଲିଶା ଲୁଗୁନଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଏ ବନ୍ଦ ଡାକରା ଦିଆଯାଇଛି I ସମଗ୍ର ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦର ପ୍ରଭାବ ରହିବ ବୋଲି କୁହାଯାଉଛି l

ସେପଟେ ସୁସ୍ମିତା ଓ ଅଲିଶାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଧୀରେ ଧୀରେ ସରଗରମ ହେବାରେ ଲାଗିଲାଣି । ବିରୋଧୀମାନେ ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଶହ ଶହ ଆଦିବାସୀମାନେ ମଧ୍ୟ ପୂର୍ବରୁ ରାଉରକେଲା ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ କରିସାରିଛନ୍ତି । ହେଲେ ଏତେ ସବୁ ପରେ ବି ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ ।

ତେବେ କେମିତି ହେଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ଲେଡି ଓଆରଏସଙ୍କ ମୃତଦେହ ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ଏହି ଘଟଣାକୁ ଦିନ ପରେ ଦିନ ବିତିଯାଇଥିଲେ ବି ପୋଲିସର ହାତଖାଲି, ସାମ୍ନାକୁ ଆସିପାରୁନି ମୃତ୍ୟୁ ପଛର ରହସ୍ୟ । ଯାହାକୁ ନେଇ ସବୁଠି ଧୀରେ ଧୀରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଲାଣି ।

  • Reported by:
  • SANJAY JENA