‘ଯଥାଶୀଘ୍ର ଭିତର ରତ୍ନଭଣ୍ଡାର ସିନ୍ଧୁକ ସ୍ଥାନାନ୍ତରଣ ସହ ମରାମତି କରାଯି । ଖୁବଶୀଘ୍ର ମରାମତି କାର୍ଯ୍ୟ ସହ ଗଣତି ମଣତି କରାଯିବ ।’
ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର । ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ । ରୋଷଘର ପେଜନଳା ସହ ସଂପୃକ୍ତ ଡ୍ରେନ୍ ଚୋକ୍ ହୋଇଯିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।
ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ ହେବ ।
'ତିନି ଜଣିଆ କମିଟି ଆମ ସହ ଆଲୋଚନା କରିନାହାନ୍ତି । 'ଆଲୋଚନା କରିନାହାନ୍ତି କି ତଦନ୍ତ ପରିସରଭୁକ୍ତ କରାଯାଇନି ।'
୧୭ ଜାନୁଆରୀ ୨୦୨୪, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ତେବେ ଲୋକାର୍ପଣର ୭ ମାସ ପରେ ବି ପରିକ୍ରମା ପ୍ରକଳ୍ପ କାମ ଆଜି ବି ଅସଂପୂର୍ଣ୍ଣ ।
କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି ।
ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।
ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।
ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ ।
ମନ୍ଦିର ଭିତରେ ଶ୍ରୀଜିଉଙ୍କର ଦର୍ଶନ ସହ ମା' ବିମଳା ଓ ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଥିଲେ ମୋହନ ଭାଗବତ ।
ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ଖଣିକୁ ବି ଛାଡ଼ିଲେନି ମାଫିଆ। ଚୁକ୍ତି ଖିଲାପ କରି ପଥର ତାଡ଼ି ବିକି ଦେଇଥିବା ୧୯ ଜଣ ଖଣି ଲିଜଧାରୀଙ୍କୁ କଡ଼ା ଜୋରିମାନା ନୋଟିସ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
୨ ମାସ ମଧ୍ୟରେ ଏହି ଜରିମାନା ଅର୍ଥ ଦାଖଲ ପାଇଁ ଏଭସକୁ ନିର୍ଦ୍ଦେଶ ଦେଇଛି ଓରେରା।
ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।
କେବେ ଭକ୍ତଙ୍କ କାମରେ ଲାଗିବ ଇ-ବସ୍। ଚାର୍ଜିଂ ଷ୍ଟେସନ୍ ନଥିବାରୁ ୭ ମାସ ହେବ ପୁରୀରେ ଖତ ଖାଉଛି ୩୫ଟି ବ୍ୟାଟେରି ବସ୍ । ବ୍ୟବସ୍ଥାର ଅପାରଗତାକୁ ଦାୟୀ କରି ତେଜୁଛି ଅସନ୍ତୋଷ ।
ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସରେ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ବିଭିନ୍ନ ନୀତିକାନ୍ତି ସରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନସିଂହାସନରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ସମଙ୍ଗ ପାର୍କିଂ ସ୍ଥଳଠୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଏ ଗାଡ଼ି ଗୁଡ଼ିକ ଭକ୍ତଙ୍କୁ ନେଇ ଯାତାୟାତ କରିବ ବୋଲି ନିଷ୍ପତ୍ତି ହୋଇଥିଲା।
ଝଗଡ଼ା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍ ଭ୍ୟାନ୍ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।
ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟ ୧୯୫୫ ଧାରା ୬(୧) ଅନୁସାରେ ପରିଚାଳନା କମିଟି ସଦସ୍ୟଙ୍କ ନାଁ ସୁପାରିଶ ଲାଗି ଏକ ଗାଇଡଲାଇନ୍ ଜାରି କରିଛି ଆଇନ ବିଭାଗ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି ।
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ହେଲା ଆଲୋଚନା ।
ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହେବ । କେବେ ଠାରୁ ଯାଞ୍ଚ ଆରମ୍ଭ ହେବ ସେନେଇ ହୋଇପାରେ ନିଷ୍ପତ୍ତି ।
ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.
ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ । ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।