ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଲା, ଅଳଙ୍କାର ସବୁ ସ୍ଥାନାନ୍ତର ହେଲା । ହେଲେ ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ । ଏ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଛେଦ ପଡ଼ିନି ।
୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି ।
ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।
କୁଆଡେ ଗଲା ସୁନା ଥାଳି । କାହିଁକି ମହାପ୍ରଭୁଙ୍କୁ ସୁନାଥାଳିରେ ଭୋଗ ଲାଗୁନି ।
ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର୍ ଧରୁଛି ଚର୍ଚ୍ଚା ।
ଆସନ୍ତାକାଲି ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହେବା ପରେ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି ଏବଂ ଶେଷରେ ହେବ ଗଣତି ମଣତି । ତେବେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ମରାମତି ହେବାକୁ ଯାଉଥିବାରୁ ASI ପାଇଁ ରହିବ ଆହ୍ୱାନପୂର୍ଣ୍ଣ ।
ଯାହାଙ୍କ ରତ୍ନଭଣ୍ଡାରରେ ଅଛି ମହଣ ମହଣ ସୁନା। ହେଲେ କେବେ ଭଙ୍ଗା ତ କେବେ ପୁରୁଣା ଅଳଙ୍କାର ପିନ୍ଧୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ସୁନାବେଶ ହେଉ କି ଦୈନନ୍ଦିନ ନୀତିକାନ୍ତି, ସବୁଥିରେ ଠାକୁରଙ୍କୁ ଲାଗି ହେଉଛି ନିର୍ଦ୍ଧିଷ୍ଟ ଗୋଟିଏ ସେଟର ଅଳଙ୍କାର । ଯାହାକୁ ନେଇ ପ୍ରକାଶ ପାଇଛି ଉଦବେଗ ।
କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ।
୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ।
ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର।
ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଜଗନ୍ନାଥ ପ୍ରେମୀ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।
ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ସୁବର୍ଣ୍ଣ ଶ୍ରୀଭୁଜ ମରାମତି କରାଯିବ । ଶ୍ରୀଜଗନ୍ନାଥଙ୍କ ଦୁଇଟି ଓ ଶ୍ରୀ ବଳଭଦ୍ରଙ୍କର ଦୁଇଟି ଶ୍ରୀଭୂଜ ମରାମତି କରାଯିବ । ଶ୍ରୀଭୂଜର ଖଡୁ ବା…