Advertisment

KIIT University: କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ

ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ହଷ୍ଟେଲରୁ ମଞ୍ଚେଶ୍ବର କାହିଁକି ଆସିଥିଲେ, କିପରି ତାଙ୍କର ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Kiit

Kiit

ପୁଣି ଜଣେ କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣଙ୍କ ବିଟେକ୍‌ ତୃତୀୟ ବର୍ଷରେ ପଢ଼ୁଥିଲେ। ତାଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ। ତାଙ୍କ ଘର ପଶ୍ଚିମବଙ୍ଗ ବାଁକୁରାରେ ବୋଲି ଜଣାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଭିସିଙ୍କ ସହ ଭିଡିଓ କଲ, କାନ୍ଦି ପକାଇଲେ ନେପାଳୀ ଛାତ୍ରଙ୍କ ବାପା

ଅର୍ଣ୍ଣବ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ହଷ୍ଟେଲରୁ ମଞ୍ଚେଶ୍ବର କାହିଁକି ଆସିଥିଲେ, କିପରି ତାଙ୍କର ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଇଛି। ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଛି। ଛାତ୍ରଙ୍କ ମୃତ୍ୟୁ ନେଇ କିଟ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୭ ତାରିଖରେ ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା। ପରେ ଏହି ଘଟଣାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରଜମିନ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ NHRC ନିର୍ଦ୍ଦେଶ ଦେଇଥିଲେ। NHRCର  ଏକ ଟିମ୍ କିଟ୍‌ରେ ପହଞ୍ଚି ତଦନ୍ତ କରିଥିଲେ।  ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକ ଇଞ୍ଜିନିୟରିଂ ଛାତ୍ର ଅଦ୍ଭିକ ଶ୍ରୀବାସ୍ତବଙ୍କୁ ଗିରଫ କରିଥିଲା।

Advertisment

ଅଧିକ ପଢ଼ନ୍ତୁ:କିଟ୍ ପାଇଁ ବଢ଼ିଲା ଅଡ଼ୁଆ: NHRCଙ୍କ ତଦନ୍ତ ନିର୍ଦ୍ଦେଶ

KIIT KIIT University
Advertisment
Advertisment