/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722864878.jpg)
Puri Srimandir Ratna Bhandar
ରତ୍ନ ଭଣ୍ଡାର ମରାମତି ନେଇ ପ୍ରସ୍ତୁତ ହେଲା SOP । ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରରୁ ବହୁମୂଲ୍ୟ ଅଳଙ୍କାର ସ୍ଥାନାନ୍ତର ସରିଛି । ଏହାପରେ ରତ୍ନ ଭଣ୍ଡାର ମରାମତି କିଭଳି କରାଯିବ, କେଉଁ କେଉଁ ନିୟମକୁ ପାଳନ କରାଯିବ, କେଉଁ ସବୁ ଅତ୍ୟାଧୁନିକ ବ୍ୟବସ୍ଥା ହେବ ସେ ସବୁକୁ ନେଇ ପ୍ରସ୍ତୁତ ହୋଇଛି ଏସଓପି।
Advertisment
ଅଧିକ ପଢନ୍ତୁ : ରତ୍ନଭଣ୍ତାରରେ ଗୁପ୍ତ କୋଠରୀ ଓ ରହସ୍ୟ ସୁଡ଼ଙ୍ଗ! ସନ୍ଦେହ ପାଇଁ ଟେକ୍ନୋଲୋଜି ପ୍ରୟୋଗ ପ୍ରସ୍ତାବ
SOP ପରିଚାଳନା କମିଟିରେ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ପାଖକୁ ପଠାଯାଇଛି । ଏହାକୁ ଆଜି ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି । ଭର୍ଚୁଆଲ୍ ମୋଡରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।
Advertisment
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନେ ଏଥିରେ ସାମିଲ ଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)